ଜମିବାଡି ପାଇଁ ସାନ ଭାଇକୁ ମାରିଦେଲେ ବଡ ଭାଇ

ଜମିବାଡି ପାଇଁ ସାନ ଭାଇକୁ ମାରିଦେଲେ ବଡ ଭାଇ

ଜମିବାଡି ବିବାଦକୁ କେନ୍ଦ୍ର କରି ବର୍ବର ହତ୍ୟାକାଣ୍ଡ । ସାନ ଭାଇକୁ ହତ୍ୟା କଲେ ୩ ବଡ ଭାଇ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ସାନ ରେଙ୍ଗାଲି ଗାଁରେ ଘଟିଛି ଏଭଳି ଅଘଟଣ । 

ଖବର ଅନୁଯାୟୀ, ଜମିବାଡି ବିବାଦକୁ ନେଇ ୪ଭାଇଙ୍କ ମଧ୍ୟରେ ବହୁଦିନ ଧରି ଗଣ୍ଡଗୋଳ ଲାଗିରହିଥିଲା । ଶେଷରେ ବିବାଦ ନେଇଥିଲା ଉଗ୍ରରୂପ । ତିନି ବଡଭାଇଙ୍କ ଆକ୍ରମଣରେ ସାନଭାଇଙ୍କର ମୃତ୍ୟୁ ହୋଇଛି । ସେପଟେ ମୃତ୍ୟୁ ଖବର ଶୁଣି ରେଢାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।