Tuesday, March 19, 2024
28.1 C
Odisha

    ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମିଳିବ ନଵୀନ ଓଡିଶା ମ୍ୟାଜିକ୍ କାର୍ଡ । ମାର୍ଚ୍ଚ ୫ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ୍

    ଆଗକୁ ପଢନ୍ତୁ

    ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମିଳିବ ‘ନବୀନ ଓଡିଶା ମ୍ୟାଜିକ୍ କାର୍ଡ’ । ଏହି କାର୍ଡ ମାଧ୍ୟମରେ ନାନାଦି ସୁବିଧା ସୁଯୋଗ ପାଇପାରିବେ ଛାତ୍ରଛାତ୍ରୀ । ତେବେ ଏହି କାର୍ଡ ପାଇଁ ଆସନ୍ତା ମାର୍ଚ୍ଚ ୫ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ ହେବାକୁ ଥିବାବେଳେ, ଅଗଷ୍ଟ ୧୫ ତାରିଖରୁ ଛାତ୍ରଛାତ୍ରୀଙ୍କୁ ଏହି କାର୍ଡ ବଣ୍ଟାଯିବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ନଵୀନ ଓଡିଶା ମ୍ୟାଜିକ କାର୍ଡ ଏକ ପଏଣ୍ଟ୍ ସିଷ୍ଟମ୍ ଆଧାରିତ ସ୍ମାର୍ଟ କାର୍ଡ । ଏହା ରାଜ୍ୟର ଯୁବକମାନଙ୍କୁ ଆକର୍ଷିତ କରିବା ସହିତ ସଶକ୍ତ କରିବ ବୋଲି କୁହାଯାଉଛି । ଖାଲି ସେତିକି ନୁହେଁ, ରାଜ୍ୟର ଯୁବବର୍ଗଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏହା ଏକ ପ୍ଲାଟଫର୍ମ ହେବ ବୋଲି କୁହାଯାଉଛି । ତେବେ ଏହି କାର୍ଡ ‘ସମୃଦ୍ଧିର ପାସପୋର୍ଟ’ ହେବ ବୋଲି କୁହାଯାଉଛି । ଛାତ୍ରଛାତ୍ରୀଙ୍କ ବିଭିନ୍ନ କାର୍ୟ୍ୟକଳାପ ଜରିଆରେ ଅର୍ଜନ କରିଥିବା ପଏଣ୍ଟକୁ ଆଧାର କରି ଏହି କାର୍ଡ ସିଲଭର, ଗୋଲ୍ଡ ଏବଂ ପ୍ଲାଟିନମ୍ ସ୍ତରକୁ ଉନ୍ନୀତ ହେବ । ଉପସ୍ଥାନ, ଅନୁଶାସନ, ଏକାଡେମିକ୍ ପ୍ରଦର୍ଶନ, ବହିର୍ଭୂତ କାର୍ୟ୍ୟକଳାପରେ ଅଂଶଗ୍ରହଣ, କ୍ରୀଡା, ଅନଲାଇନ୍ ପାଠ୍ୟକ୍ରମ, ବ୍ୟକ୍ତିତ୍ୱ ବିକାଶ ପାଠ୍ୟକ୍ରମ ଇତ୍ୟାଦିରେ କାର୍ୟ୍ୟଦକ୍ଷତା ଉପରେ ଆଧାର କରି କାର୍ଡ ବଣ୍ଟନ କରାଯିବ ଏବଂ ନବୀକରଣ କରାଯିବ ବୋଲି କୁହାଯାଇଛି । ଏହି କାର୍ଡ ସାହାଯ୍ୟରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସୁବିଧା ଯେପରିକି ବସ୍ ,ଟ୍ରେନ୍ ଓ ବିମାନରେ ରିହାତି ପାଇପାରିବେ । ଏହାସହ ଫୋନ୍, ଡାଟା ରିଚାର୍ଜ ଏବଂ ୱାଇ-ଫାଇ ବ୍ୟବହାର କରିପାରିବେ । ଇ-ଲାଇବ୍ରେରୀ, ଅନଲାଇନ୍ ପାଠ୍ୟକ୍ରମ, ବ୍ୟକ୍ତିତ୍ୱ ବିକାଶ ପାଠ୍ୟକ୍ରମ ଏବଂ କର୍ମଶାଳା, କୋଚିଂ ସେଣ୍ଟର ଏବଂ ଟ୍ୟୁସନ କ୍ଲାସ୍, ଦକ୍ଷତା ବିକାଶ ପାଠ୍ୟକ୍ରମ, ବୃତ୍ତି ପରାମର୍ଶ, ଓଡିଆ ଏବଂ ଇଂରାଜୀ ସହିତ ଭାଷା ପାଠ୍ୟକ୍ରମର ସୁବିଧା ପାଇପାରିବେ ।

    ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି ଯେ, ସରକାର ଏହି ପଏଣ୍ଟ-ସିଷ୍ଟମରେ ଅନ୍ତର୍ଭୁକ୍ତ ବିଭିନ୍ନ କାର୍ୟ୍ୟକଳାପ ଉପରେ ଛାତ୍ର ଓ ଶିକ୍ଷକମାନଙ୍କଠାରୁ ଅଧିକ ନିବେଶ ଗ୍ରହଣ କରିବେ । କାର୍ଡଟି ସଂପୂର୍ଣ୍ଣ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ହେବ ଏବଂ ଯୁବକମାନଙ୍କ ଯୋଗଦାନ ଏବଂ ସଶକ୍ତିକରଣ ଦିଗରେ ଏକ ବିପ୍ଳବ ଭଳି ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    53 %
    3.8kmh
    100 %
    Tue
    28 °
    Wed
    27 °
    Thu
    31 °
    Fri
    34 °
    Sat
    37 °

    ସମ୍ବନ୍ଧିତ