ଖଣ୍ଡେ ନଡ଼ିଆରେ ରହିଛି ଏତେ ସବୁ ଗୁଣ, ଜାଣନ୍ତୁ ଏକ୍ସପର୍ଟ ମାନେ କଣ କୁହନ୍ତି

ଖଣ୍ଡେ ନଡ଼ିଆରେ ରହିଛି ଏତେ ସବୁ ଗୁଣ, ଜାଣନ୍ତୁ ଏକ୍ସପର୍ଟ ମାନେ କଣ କୁହନ୍ତି
ଖଣ୍ଡେ ନଡ଼ିଆରେ ରହିଛି ଏତେ ସବୁ ଗୁଣ, ଜାଣନ୍ତୁ ଏକ୍ସପର୍ଟ ମାନେ କଣ କୁହନ୍ତି

ନଡ଼ିଆରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ଓ ଆଣ୍ଟି ଆକ୍ସିଡେଣ୍ଟ ଥାଏ ।  ନିୟମିତ ଭାବରେ ନଡ଼ିଆ ଖାଇଲେ ଇମ୍ୟୁନିଟି ଷ୍ଟ୍ରଙ୍ଗ ହେବା ସହ ପାଚନ ତନ୍ତ୍ର ବି ସୁସ୍ଥ ରହିଥାଏ । ଏହାବାଦ ଓଜନ ନିୟନ୍ତ୍ରଣକୁ ଆଣିବାରେ ବି ନଡ଼ିଆର ବିଶେଷ ମହତ୍ତ୍ୱ ରହିଛି । ଆପଣ ନଡ଼ିଆ ପାଣି କିମ୍ବା ପଇଡ଼ ପାଣିର ଉପକାରିତା ବିଷୟରେ ଆଗରୁ ଜାଣିଥିବେ । କିନ୍ତୁ ଖଣ୍ଡେ କଞ୍ଚା ନଡ଼ିଆଯେ ଶରୀର ପାଇଁ କେତେ ଲାଭକାରୀ ହୋଇଥାଏ ତାହା ହୁଏତ ପୂର୍ବରୁ କେବେ ଅନୁମାନ ବି କରି ନଥିବେ । ଏକ୍ସପର୍ଟଙ୍କ ଅନୁଯାୟୀ ପ୍ରତିଦିନ ଖଣ୍ଡେ କଞ୍ଚା ନଡ଼ିଆ ଖାଇଲେ ଅନେକ ଲାଭ ମିଳିଥାଏ ।
– ନଡ଼ିଆରେ ଥିବା ଆଣ୍ଟି ଆକ୍ସିଡେଣ୍ଟ, ଆଣ୍ଟି ଇନଫ୍ଲାମାଟୋରି, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରାଲ ପରି ଗୁଣ ରୋଗ ସହିତ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ ।

– ନଡ଼ିଆରେ ପ୍ରବଳ ମାତ୍ରାରେ ଥିବା ସାଚ୍ୟୁରେଟେଡ଼ ଫ୍ୟାଟ ଶରୀରରେ ଗୁଡ କୋଲେଷ୍ଟେରଲ ବଢ଼ାଇବା ସହ ବ୍ୟାଡ଼ କୋଲେଷ୍ଟେରଲ କମ କରିଥାଏ । ଏହା ସହ ହୃଦଘାତ ଜନିତ ସମସ୍ୟା ବି ଅନେକ ମାତ୍ରାରେ କମିଥାଏ ।
– କଞ୍ଚା ନଡ଼ିଆ ଖଣ୍ଡେ ଖାଇବା ଦ୍ୱାରା ଭୋକ କଣ୍ଟ୍ରୋଲକୁ ଆସିଥାଏ । ଏହା ସହ ଶରୀରର ମେଟାବୋଲିଜ୍ମ ତୀବ୍ର ହୋଇଥାଏ । ହେଲ୍ଥ ଏକ୍ସପର୍ଟଙ୍କ ଅନୁଯାୟୀ ଶରୀରରେ ଜମି ଥିବା ଏକ୍ସଟ୍ରା ଚର୍ବି କମିଯାଏ ।

– ଅଧିକ ଛଣାଛଣି, ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟ ଗରମ ହୋଇଯାଏ । ଏମିତି ସ୍ଥିତି ଉପୁଜିଲେ ଖଣ୍ଡେ ନଡ଼ିଆ ଖାଇବା ଦ୍ୱାରା ପେଟ ଥଣ୍ଡା ହୋଇଥାଏ ।

– ଅନେକେ ହୁଏତ ଜାଣି ନଥିବେ ନିଦ୍ରା ଜନିତ ସମସ୍ୟା ଥିବା ଲୋକଙ୍କ ପାଇଁ ଖୁବ ଲାଭକାରୀ ହୋଇଥାଏ ନଡ଼ିଆ । ଡିନର କରିବାର ୩୦ ମିନିଟ ପରେ ନଡ଼ିଆ ଖଣ୍ଡେ ଖାଇଲେ ଗଭୀର ନିଦ ଆସିଥାଏ ବୋଲି ଏକ୍ସପର୍ଟ ମାନେ ମତ ଦିଅନ୍ତି ।