Monday, March 23, 2026
32.8 C
Odisha

    ହିନ୍ଦୁଙ୍କ ପାଇଁ ନର୍କ ପାଲଟିଛି

    ଆଗକୁ ପଢନ୍ତୁ

    ଢାକା :  କାମଚଳା ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ସଂଖ୍ୟାଲଘୁ ହିନ୍ଦୁଙ୍କ ପାଇଁ ବାଂଲାଦେଶ ନର୍କ ପାଲଟି ଯାଇଛି। ହିନ୍ଦୁ ଭୟରେ କାଳତିପାତ କରୁଛନ୍ତି। ନିଜ ଘରେ ବି ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ସୁରକ୍ଷିତ ନୁହଁନ୍ତି। ସାଧାରଣ ନିର୍ବାଚନୀ ଘୁଞ୍ଚାଇବା ପାଇଁ ୟୁନୁସ ଷଡ଼ଯନ୍ତ୍ର କରି ହିଂସାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି। କାରଣ ଆକ୍ରମଣର ଖବର ମିଳିବା ସତ୍ତ୍ବେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ହାତ ବାନ୍ଧି ବସି ରହିଛି। ତେଣୁ ଚରମପନ୍ଥୀ କ୍ରମାଗତ ଭାବେ ହିନ୍ଦୁଙ୍କୁ ନିଶାଣ କରି ହିଂସା କରୁଛନ୍ତି। ଦୀପୁ ଚନ୍ଦ୍ର ଦାସଙ୍କୁ ନିର୍ଦ୍ଦୋଷରେ ଜିଅନ୍ତା ଜାଳି ହତ୍ୟା କରିବା ପରଠାରୁ ଅନେକ ଘରେ ଆକ୍ରମଣ କରାଗଲାଣି। ଏବେ ହିନ୍ଦୁ ପରିବାରର ଆଉ ୫ଟି ଘରେ ନିଆଁ ଲଗାଇ ଦିଆଯାଇଛି। ଗତ ୨୭ ତାରିଖରେ ପିରୋଜପୁର ଜିଲ୍ଲା ଦମ୍ରିତାଲା ଗ୍ରାମରେ ଏହି ଘଟଣା ଘଟିଥିଲା ବୋଲି କୁହାଯାଉଛି।
    ପରିବାର ସଦସ୍ୟଙ୍କ ଅନୁଯାୟୀ, ସମସ୍ତେ ଘରେ ଭିତରେ ଥିବାବେଳେ ବାହାର ପଟୁ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ। ଏହା ଜାଣିବା ପରେ ଜୀବନ ବଞ୍ଚାଇବା ପାଇଁ ଟିଣ ଏବଂ ବାଉଁଶରେ ତିଆରି ଘରର କାନ୍ଥ ଭାଙ୍ଗି ସବୁ ୮ ଜଣ ସଦସ୍ୟ ଘରୁ ବାହାରି ଆସିଥିଲେ। କିନ୍ତୁ ଘର, ଘରେ ଥିବା ସାମଗ୍ରୀ, ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ମାମଲାରେ ସ୍ଥାନୀୟ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଅଧିକାରୀଙ୍କ ଅନୁଯାୟୀ, ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆକ୍ରମଣକାରୀ ଏକ ପ୍ରକୋଷ୍ଠରେ କପଡ଼ା ଭର୍ତ୍ତି କରି ନିଆଁ ଲଗାଇ ଦେଇଥିଲେ। ଏହା ଦ୍ବାରା ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
    ବାଂଲାଦେଶରେ ଷଡ଼ଯନ୍ତ୍ର କରି ସଂଖ୍ୟାଲଘୁ ହିନ୍ଦୁଙ୍କୁ ନିଶାଣ କରାଯାଉଛି। ଏବେ ଇଶ୍ବର ନିନ୍ଦା ତଥା ଈଶନିନ୍ଦା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଜୁନରୁ ଡିସେମ୍ବର ମଧ୍ୟରେ ଏପରି ଅତି କମରେ ୭୧ଟି ମାମଲା ପଞ୍ଜିକୃତ ହୋଇଛି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପାଇଁ କାମ କରୁଥିବା ସଂଗଠନ ହ୍ୟୁମାନ୍ ରାଇଟ୍ସ କଂଗ୍ରେସ ଫର୍ ବାଂଲାଦେଶ ମାଇନୋରିଟିଜ୍ (ଏଚଆରସିବିଏଲ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରତ୍ୟେକ ଆକ୍ରମଣରେ ସମାନ ରଣନୀତି ବ୍ୟବହାର କରାଯାଉଛି ବୋଲି ସାମାଜିକ କର୍ମୀ କହିଛନ୍ତି। ବାଂଲାଦେଶର ୩୦ରୁ ଅଧିକ ଜିଲ୍ଲାରେ ଏଭଳି ହିଂସା ଘଟୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.8 ° C
    32.8 °
    32.8 °
    18 %
    3.8kmh
    0 %
    Mon
    32 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ