NCB ସ୍କାନରରେ ଅନନ୍ୟା ପାଣ୍ଡେ

NCB ସ୍କାନରରେ ଅନନ୍ୟା ପାଣ୍ଡେ

କ୍ରୁଜ୍ ଡ୍ରଗ୍ସ ମାମଲାରେ ଫସିଥିବା କିଙ୍ଗ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପରେ ଏବେ ଆଉ ଜଣେ ଷ୍ଟାର କିଡ୍ ଏନସିବି ସ୍କାନରରେ ଅଛନ୍ତି। NCB ଆଜି ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ପହଞ୍ଚି ଯାଞ୍ଚ କରିଛି। କୁହାଯାଉଛି ଯେ, ଦୁଇଟି ଗାଡିରେ ଏନସିବି ଟିମ୍ ଅନନ୍ୟାଙ୍କ ଘରେ ପହଞ୍ଚିଥିଲେ। ଟିମରେ ମହିଳା ଅଧିକାରୀ ମଧ୍ୟ ସାମିଲ ରହିଥିବା ଜଣା ପଡ଼ିଛି। ଏହାସହ ଏନସିବି କାର୍ଯ୍ୟାଳୟରେ ଅନନ୍ୟାଙ୍କୁ ହଜାର ହେବାକୁ ସମନ ଜାରି ହୋଇଛି। ଏହାସହ ଅନନ୍ୟାଙ୍କ ଘର ପରେ ଏନସିବିର ସେହି ଟିମ୍ ଶାହରୁଖଙ୍କ ଘର ମନ୍ନତରେ ଆର୍ୟନ ଖାନଙ୍କ ରୁମର ତଲାସି ନେଇଥିବାର ଜଣା ପଡିଛି। ଏନସିବି ଆର୍ୟନଙ୍କ ବିରୋଧରେ ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ୍ ସହ ସମ୍ପର୍କର ଅଭିଯୋଗ ଆଣିଛି। ଏମିତିରେ ଏନସିବି ଆର୍ୟନଙ୍କ ଘରୁ କିଛି ସୁରାକ ପାଇବ ବୋଲି ଆଶା ରଖିଛି।