ବିବାହ ବନ୍ଧନରେ ବାନ୍ଧି ହେଲେ ନେହା କକ୍କର

ବିବାହ ବନ୍ଧନରେ ବାନ୍ଧି ହେଲେ ନେହା କକ୍କର

ବିବାହ କଲେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ଏବଂ ରୋହନପ୍ରୀତ। ଦିଲ୍ଲୀର ଗୁରୁଦ୍ୱାରାରେ ନିଜ ପ୍ରେମିକ ରୋହନପ୍ରୀତଙ୍କୁ ବିବାହ କରିଛନ୍ତି ନେହା। ତେବେ ଗତ କିଛି ଦିନ ହେବ ନେହା ଏବଂ ରୋହନଙ୍କ ବିବାହକୁ ନେଇ ଜୋର୍‌ସୋର୍‌ରେ ଚର୍ଚ୍ଚା ହେଉଥିଲା। ଏବେ ସେ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି।

ତେବେ ବିବାହର ଫଟୋକୁ ନେହା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିନଥିବା ବେଳେ ତାଙ୍କ ଫ୍ୟାନ୍‌ପେଜ୍‌ରୁ ବିବାହ ସମୟର ଫଟୋକୁ ଦେଖିବାକୁ ମିଳିଛି। ଫଟୋରେ ରୋହନ୍‌ଙ୍କୁ ବର ବେଶରେ ଏବଂ ନେହାଙ୍କୁ ଲାଇଟ୍‌ ଗୋଲାପି ରଙ୍ଗର ଲେହେଙ୍ଗାରେ ଦେଖିବାକୁ ମିଳିଛି।

ତେବେ ନେହା ଅକ୍ଟୋବର ୨୬ରେ ବିବାହ କରିବେ ବୋଲି ଶୁଣିବାକୁ ମିଳିଥିବା ବେଳେ ରୋହନ ଏବଂ ନେହା ଆଜି ବିବାହ କରିସାରିଛନ୍ତି।