ପ୍ରଥମ ଟେଷ୍ଟ ପାଇଁ କାନପୁରରେ ପହଞ୍ଚିଲେ ଭାରତ-ନ୍ୟୁଜିଲାଣ୍ଡ ଟିମ୍‌, ମଙ୍ଗଳବାରଠୁ ନେଟ୍‌ ପ୍ରାକ୍ଟିସ୍

ପ୍ରଥମ ଟେଷ୍ଟ ପାଇଁ କାନପୁରରେ ପହଞ୍ଚିଲେ ଭାରତ-ନ୍ୟୁଜିଲାଣ୍ଡ ଟିମ୍‌, ମଙ୍ଗଳବାରଠୁ ନେଟ୍‌ ପ୍ରାକ୍ଟିସ୍
ପ୍ରଥମ ଟେଷ୍ଟ ପାଇଁ କାନପୁରରେ ପହଞ୍ଚିଲେ ଭାରତ-ନ୍ୟୁଜିଲାଣ୍ଡ ଟିମ୍‌, ମଙ୍ଗଳବାରଠୁ ନେଟ୍‌ ପ୍ରାକ୍ଟିସ୍

କାନୁପର ୨୨/୧୧: କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ନଭେମ୍ବର ୨୫ରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ। ସେଥିପାଇଁ ସୋମବାର ଉଭୟ ଟିମ୍‌ର ଖେଳାଳି କାନପୁରରେ ପହଞ୍ଚିଛନ୍ତି। ଦୁଇ ଟିମ୍‌ ମଙ୍ଗଳବାରଠୁ ନେଟ ଅଭ୍ୟାସ କରିବେ। ଭାରତ ଏବଂ ନ୍ୟୁଜିଲାଣ୍ଡ ଟିମ୍‌ କୋଲକାତାରୁ ଚାଟାର୍ଡ ପ୍ଲେନ୍‌ ଯୋଗେ କାନପୁରର ଜକେରୀ ବିମାନବନ୍ଦରରେ ଅପରାହ୍ଣରେ ପହଞ୍ଚିଛନ୍ତି। ସେଠାରୁ ତାଙ୍କୁ ବାୟୋ ବବଲ୍‌ ବସ୍‌ରେ ଲ୍ୟାଣ୍ଡମାର୍କ ହୋଟେଲକୁ ନିଆଯାଇଛି।

ଭାରତୀୟ ଟିମ୍‌ର ୧୧ ଜଣ ଖେଳାଳି ଶୁକ୍ରବାର କାନପୁର ପହଞ୍ଚିବା ସହ ହୋଟେଲର ୧୭ ମହଲାରେ କ୍ବାରେଣ୍ଟାଇନ୍‌ରେ ଅଛନ୍ତି । ଟିମ୍‌ର କୋଚ୍‌ ରାହୁଲ ଦ୍ରାବିଡ୍‌, ଲୋକେଶ ରାହୁଲ, ଶ୍ରେୟସ ଆୟର, ଶୁଭମନ ଗିଲ୍‌, ମହମ୍ମଦ ଶିରାଜ ଏବଂ ରବିଚନ୍ଦ୍ରନ ଅଶ୍ବିନ ଆଜି ସନ୍ଧ୍ୟାରେ କାନପୁରରେ ପହଞ୍ଚିଛନ୍ତି । ଲ୍ୟାଣ୍ଡମାର୍କ ହୋଟେଲର ୧୪ ତମ ତାଲାରେ ଭାରତୀୟ ଟିମ୍‌ ଏବଂ ୧୫ ମହଲାରେ ନ୍ୟୁଜିଲାଣ୍ଡ ଟିମ୍‌ ସଦସ୍ୟ ରହିଛନ୍ତି।

ଆଜି ସନ୍ଧ୍ୟାରେ ବାୟୋ ବବଲ ଭାଙ୍ଗି ଟିମ୍‌ର ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ କୋଚ୍‌ ରାହୁଲ ଦ୍ରାବିଡ୍‌ କାର ଯୋଗେ ଗ୍ରୀନପାର୍କ ଗ୍ରାଉଣ୍ଡରେ ପହଞ୍ଚିଥିଲେ। ପିଚ୍‌ ଏବଂ ଆଉଟଫିଲ୍ଡର ସମୀକ୍ଷା କରିବା ପରେ ହୋଟେଲ୍‌ ଫେରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଦିନ ୨ଟାରୁ ସନ୍ଧ୍ୟା ୫ଟା ଯାଏଁ ଟିମ୍‌ ଇଣ୍ଡିଆ ନେଟ୍‌ ଅଭ୍ୟାସ୍‌ କରିବାକୁ ଥିବା ବେଳେ ନ୍ୟୁଜିଲାଣ୍ଡ ଟିମ୍‌ ସକାଳେ ନେଟ୍‌ ଅଭ୍ୟାସ କରିବ। ସେହିଭଳି ବୁଧବାର ସକାଳେ ଟିମ୍‌ ଇଣ୍ଡିଆ ଏବଂ ଅପରାହ୍ଣରେ ନ୍ୟୁଜିଲାଣ୍ଡ ଟିମ୍‌ ଗ୍ରାଉଣ୍ଡରେ ଅଭ୍ୟାସ କରିବେ ।