ଡରେଇଲାଣି ନିପାହ ଭାଇରସ

ଡରେଇଲାଣି ନିପାହ ଭାଇରସ

ବିଶ୍ବରୁ କରୋନା ବିପତି ଯାଇ ନଥିବା ବେଳେ କାୟା ବିସ୍ତାର କରିବାକୁ ଲାଗିଲାଣି ନିପାହ ଭାଇରସ। କେରଳରେ ନିପାହ ଭାଇସରେ ୧୨ ବର୍ଷୀୟ ବାଳକର ମୃତ୍ୟୁ ପରେ ଏବେ ଆଉ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ଚିହ୍ନଟ ୨ ଜଣ ସଂକ୍ରମିତ ମୃତ ନାବାଳକ ସହ ସମ୍ପର୍କରେ ଆସିଥିବା ଜଣାପଡ଼ିଛି।ମୃତ ନାବାଳକ ସହ ସଂସ୍ପର୍ଶରେ ଆସିଥିବା ୧୮୮ ଜଣଙ୍କୁ ଚିହ୍ନଟ କରାଯାଇ ଟେଷ୍ଟ କରା ଯାଇଥିଲା। ସେଥିମଧ୍ୟରୁ ୨୦ ଜଣଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଛି। ଏଣୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ୨୦ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଠାରେ ନିପାହ ଭାଇରସ ଭୂତାଣୁ ଚିହ୍ନଟ ହୋଇଛି। ଏଥିସହ ଅନ୍ୟ ୧୬୮ ଜଣଙ୍କୁ ହୋମ୍‌ ଆଇସୋଲେସନରେ ରଖାଯାଇଛି।ସ୍ୱାସ୍ଥ୍ୟ ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ଚିହ୍ନଟ ହୋଇଥିବା ୨ ଜଣ ହେଉଛନ୍ତି ସ୍ୱାସ୍ଥ୍ୟକର୍ମୀ। ଜଣେ ପ୍ରାଇଭେଟ୍‌ ହସ୍ପିଟାଲ୍‌ରେ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଜଣେ କୋଝିକୋଡ ମେଡିକାଲ୍‌ କଲେଜ ହସ୍ପିଟାଲରେ ଷ୍ଟାଫ୍‌ ମେମ୍ବର ଭାବେ କାର୍ଯ୍ୟ କରୁଛନ୍ତି।’ଏହାସହ ମୃତ ଶିଶୁର ଘର ଥିବା ଅଞ୍ଚଳରୁ ତିନି କିଲୋମିଟର ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏଥିସହ ପୂର ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ କଡା କଟକଣା ଲାଗୁ କରାଯାଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।