ବଡ଼ଦାଣ୍ଡରେ ବଡ଼ବଡ଼ୁଆ ଡାକିବା ମନା

ବଡ଼ଦାଣ୍ଡରେ ବଡ଼ବଡ଼ୁଆ ଡାକିବା ମନା

ପୁରୀ ବଡ଼ଦାଣ୍ଡରେ ଏଥର ବି ବଡ଼ବଡ଼ୁଆ ଡାକମନା। ଦୀପାବଳି ଦିନ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳିବା ସହ ଭିଡ ପାଇଁ ମନା କରାଯାଇଛି। ଏହାସହ ବନ୍ଦ ରହିବ ସାଧାରଣ ଦର୍ଶନ। ବୀରଗୋବିନ୍ଦପୁର ଦକ୍ଷିଣକାଳୀଙ୍କ ନିକଟରେ ଜାରି ହେବ ୧୪୪ ଧାରା। ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ। ପ୍ରତିବର୍ଷ ଦୀପାବଳୀରେ ଶ୍ରୀମନ୍ଦିର ସମ୍ମୁଖରେ ବଡ଼ବଡ଼ୁଆ ଡାକିବା ପାଇଁ ପ୍ରବଳ ଭିଡ଼ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଏପରି କଟକଣା ଜାରି କରାଯାଇଛି । ଜନଗହଳି କାରଣରୁ କରୋନା ବ୍ୟାପିବାର ଆଶଙ୍କା ଥିବାରୁ କଟକଣା ଲାଗୁ ହୋଇଛି।ଏହାସହ କାଉଁରିଆ କାଠି ପୋଡ଼ିଲେ ଏଥିରୁ ଉତ୍ପନ୍ନ ହେଉଥିବା ଧୂଆଁ କରୋନା ରୋଗୀଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏ ସବୁକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।