Sunday, June 1, 2025
27.3 C
Odisha

    କେନ୍ଦ୍ରମନ୍ତ୍ରୀଙ୍କ ବୟାନ, ପଶ୍ଚିମ ଓଡ଼ିଶାରେ ଆବଶ୍ୟକ ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ । ବିଜେଡି କହିଲା, ପଶ୍ଚିମ ଓଡ଼ିଶାବାସୀଙ୍କ ବହୁ ଦିନର ଦାବିକୁ ପୂରା କରୁ କେନ୍ଦ୍ର

    ଆଗକୁ ପଢନ୍ତୁ

    ପଶ୍ଚିମ ଓଡ଼ିଶାରେ ଆବଶ୍ୟକତା ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ । ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏହି ବୟାନ ଦେଇଛନ୍ତି କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । କହିଛନ୍ତି, ଯେହେତୁ ଇ-କୋର୍ଟ ବ୍ୟବସ୍ଥା ଆରମ୍ଭ ହେଲାଣି, ଭର୍ଚୁଆଲରେ ସବୁ ସୁବିଧା ମିଳୁଛି । ଇ-କୋର୍ଟ ବ୍ୟବସ୍ଥା ହାଇକୋର୍ଟ ବେଂଚ ସହ ସମାନ । ଇ-କୋର୍ଟ ବ୍ୟବସ୍ଥାରେ ଓଡ଼ିଶା ଆଗରେ ଅଛି । ପ୍ରତି ଜିଲ୍ଲାରେ ମିଳୁଛି ଇ-କୋର୍ଟ ବ୍ୟବସ୍ଥା । ତେଣୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚର ଆବଶ୍ୟକତା ନାହିଁ ବୋଲି କହିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ।ଅନ୍ୟପଟେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନକୁ ନେଇ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ପଶ୍ଚିମ ଓଡ଼ିଶାର ସବୁବେଳେ ଏହି ଦାବି ରହିଆସିଛି । ଆଶା କରୁଛୁ କେନ୍ଦ୍ର ସରକାର ଲକ୍ଷ ଲକ୍ଷ ପଶ୍ଚିମ ଓଡ଼ିଶାବାସୀଙ୍କର ଆଶାକୁ ପୂରଣ କରିବେ । ଦୀର୍ଘ ଦିନ ହେଲାଣି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପଶ୍ଚିମ ଓଡ଼ିଶାବାସୀ ଦାବି କରିଆସୁଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଛି । ତେଣୁ କେନ୍ଦ୍ର ପଶ୍ଚିମ ଓଡ଼ିଶାବାସୀଙ୍କ ଦାବି ଉପରେ ଗୁରୁତ୍ୱ ଦେବା ଉଚିତ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    74 %
    1.2kmh
    100 %
    Sun
    37 °
    Mon
    40 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ