Saturday, April 11, 2026
30.4 C
Odisha

    ବିଚାରପତିଙ୍କ ବିରୋଧରେ ମହାଭିଯୋଗ ନୋଟିସ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଶେଖର କୁମାର ଯାଦବଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ମହାଭିଯୋଗ ଆଣିବା ଲାଗି ଶୁକ୍ରବାର ରାଜ୍ୟସଭାରେ ବିଭିନ୍ନ ବିରୋଧୀ ଦଳର ସଦସ୍ୟ ନୋଟିସ୍ ଦାଖଲ କରିଛନ୍ତି। କପିଲ ସିବଲ, ବିବେକ ତନଖା, ଦିଗବିଜୟ ସିଂହ, ଜନ୍ ବ୍ରିଟାସ, ମନୋଜ କୁମାର ଝା ଓ ସାକେତ ଗୋଖଲେଙ୍କ ସମେତ ୫୫ ଜଣ ବିରୋଧୀ ସାଂସଦ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ନୋଟିସରେ ସ୍ୱାକ୍ଷର କରିଛନ୍ତି। ସାଂସଦମାନେ ରାଜ୍ୟସଭା ମହାସଚିବଙ୍କୁ ଭେଟି ଏହା ପ୍ରଦାନ କରିଛନ୍ତି।
    ବିଚାରପତି (ତଦନ୍ତ) ଆଇନ, ୧୯୬୮ ଓ ସମ୍ବିଧାନର ଧାରା ୨୧୮ ଅନୁଯାୟୀ ଜଷ୍ଟିସ୍ ଯାଦବଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବାକୁ ଆବେଦନ କରାଯାଇଛି। ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଷ୍ଟିସ୍ ଯାଦବ ଦେଇଥିବା ଭାଷଣରୁ ଜଣାପଡୁଛି ଯେ ସେ ଭାରତୀୟ ସମ୍ବିଧାନକୁ ଉଲ୍ଲଂଘନ କରି ଘୃଣା ଭାଷଣ ମାଧ୍ୟମରେ ସାମ୍ପ୍ରଦାୟିକ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଛନ୍ତି। ସେ ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରିଛନ୍ତି ଏବଂ ସେମାନଙ୍କ ପ୍ରତି ପକ୍ଷପାତିତା ପ୍ରଦର୍ଶନ କରିଛନ୍ତି। ଜଷ୍ଟିସ୍ ଯାଦବ ଏକ ସମାନ ନାଗରିକ ସଂହିତା ସମ୍ବନ୍ଧୀୟ ରାଜନୈତିକ ପ୍ରସଙ୍ଗରେ ସାର୍ବଜନୀନ ବିତର୍କରେ ପ୍ରବେଶ କରିଛନ୍ତି ଓ ନିଜର ମତ ପ୍ରକାଶ କରିଛନ୍ତି, ଯାହା ନ୍ୟାୟିକ ନୀତିର ଉଲ୍ଲଂଘନ।

    ଡିସେମ୍ବର ୮ରେ ଭିଏଚ୍‌ପିର ଏକ କାର୍ଯ୍ୟକ୍ରମରେ ଜଷ୍ଟିସ ଯାଦବ କହିଥିଲେ ଦେଶର ଆଇନ ସଂଖ୍ୟାଗରିଷ୍ଠଙ୍କ ମତ ଅନୁଯାୟୀ କାର୍ଯ୍ୟ କରିବା ଆବଶ୍ୟକ। ଏହା କହିବାରେ ମୋର କୌଣସି ଦ୍ବିଧା ନାହିଁ। ଜଷ୍ଟିସ୍ ଯାଦବଙ୍କ ବିବାଦୀୟ ବୟାନ ସମ୍ବନ୍ଧୀୟ ପ୍ରକାଶିତ ଖବରକୁ ନେଇ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କୁ ସବିଶେଷ ତଥ୍ୟ ମାଗିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ