ସେୟାର ମାର୍କେଟରେ ଲାଗିଛି ପ୍ରତାପ ସାମଲଙ୍କ କୋଟିଏରୁ ଅଧିକ ଟଙ୍କା

ସେୟାର ମାର୍କେଟରେ ଲାଗିଛି ପ୍ରତାପ ସାମଲଙ୍କ କୋଟିଏରୁ ଅଧିକ ଟଙ୍କା

ସିନେମା ପରେ ସେୟାର ମାର୍କେଟ୍ ରେ ପ୍ରତାପ ସାମଲଙ୍କ ଟଙ୍କା ଲାଗିବା ନେଇ ହେଲା ଖୁଲାସା । ସେୟାର ମାର୍କେଟ୍ ରେ ୧ କୋଟି ୭ ଲକ୍ଷ ୩୭ ହଜାର ୮ଶହ ୩୧ ଟଙ୍କା ନିବେଶ କରିଛନ୍ତି ଓଡିଶା ପୋଲିସ ହାଉସିଂ ଓ୍ବେଲଫେୟାର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ ସାମଲ। ଏ ସମ୍ବନ୍ଧୀୟ ଦସ୍ତାବିଜ ଜବତ କରିଛି ଭିଜିଲାନ୍ସ ।ପ୍ରତାପ ସାମଲଙ୍କ ୧୦ରୁ ଅଧିକ ସ୍ଥାନରେ ଭିଜିଲାନ୍ସ ଚଢାଉ କରାଯାଇଥିଲା । ସରକାରୀ ହିସାବରେ ୧୪ କୋଟି ୮୭ ଲକ୍ଷ ୪୧ ହଜାର ୧୯୪ ଟଙ୍କାର ସମ୍ପତ୍ତି ରହିଛି । ଯାହା ତାଙ୍କ ଆୟଠାରୁ ୧୦୨୧% ଅଧିକା । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ ମଧ୍ୟ କରାଯାଇଛି। ତାଙ୍କ ପତ୍ନୀଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି।