ଶପଥ ନେଲେ ହାଇକୋର୍ଟର ଆଉ ୨ ନୂଆ ବିଚାରପତି

ଶପଥ ନେଲେ ହାଇକୋର୍ଟର ଆଉ ୨ ନୂଆ ବିଚାରପତି

ଓଡିଶା ହାଇକୋର୍ଟର ଆଉ ୨ ନୂଆ ବିଚାରପତି ନେଲେ ଶପଥ । ଆଜି ୨ ନୂଆ ବିଚାରପତି ଭାବେ ଜଷ୍ଟିସ ଯଶୋୱନ୍ତ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ନୂତନ କନଫରେନ୍ସ ହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସେମାନେ ଶପଥ ଗ୍ରହଣ କରିଛନ୍ତି। ଓଡିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବା ବେଳେ ଆସିଥିବା ଦୁଇ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଏହି ସଂଖ୍ୟା ୧୪ରେ ପହଞ୍ଚିଛି। ତେବେ ତାଙ୍କୁ ମୁଖ୍ୟ ବିଚାରପତି ଶପଥ ପାଠ କରାଇଥିଲେ।