ଦୀପାବଳୀ ବାଣଫୁଟା ଓ ବିକ୍ରୀକୁ ହାଇକୋର୍ଟରେ ନା!

ଦୀପାବଳୀ ବାଣଫୁଟା ଓ ବିକ୍ରୀକୁ ହାଇକୋର୍ଟରେ ନା!

ଦୀପାବଳୀରେ ବାଣଫୁଟା ଓ ବିକ୍ରୀ ମାମଲାରେ ଅଲ୍‌ ଓଡ଼ିଶା ଫାୟାର ଓ୍ଵାର୍କସ ଡିଲର୍ସ ଆସୋସିଏସନ୍‌ କରିଥିବା ଆବେଦନକୁ ହାଇକୋର୍ଟରେ ଅଗ୍ରାହ୍ୟ କରିଛନ୍ତି । ଏହା ଏକ ରେଜିଷ୍ଟ୍ରିଭୁକ୍ତ ସଙ୍ଗଠନ ହୋଇ ନଥିବାରୁ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ତେବେ ଆବେଦନକାରୀ ସାନି ଆବେଦନ କରି କରିବାକୁ ହାଇକୋର୍ଟ ଅଧିକାର ଦେଇଛନ୍ତି । ଦୀପାବଳୀରେ ଗ୍ରୀନ୍‌ କ୍ରାକର ବିକ୍ରୀକୁ ଅନୁମତି ଦେବାକୁ ହୋଇଥିଲା ଆବେଦନ । ସେପଟେ ଦୀପାବଳୀରେ ବାଣଫୁଟା ଓ ବିକ୍ରୀ ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ସେପ୍ଟେମ୍ବର ୩୦ରେ ଏନେଇ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି ।