ପଞ୍ଚାୟତ ନିର୍ବାଚନ: ବିଜ୍ଞପ୍ତି ପ୍ରକାଶ ଦିନରୁ ଭୋଟ ଗଣତି ପର୍ଯ୍ୟନ୍ତ ଲାଗୁ ହେବ ଆଦର୍ଶ ଆଚରଣ ବିଧି

ପଞ୍ଚାୟତ ନିର୍ବାଚନ: ବିଜ୍ଞପ୍ତି ପ୍ରକାଶ ଦିନରୁ ଭୋଟ ଗଣତି ପର୍ଯ୍ୟନ୍ତ ଲାଗୁ ହେବ ଆଦର୍ଶ ଆଚରଣ ବିଧି

ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର କେଇଟି ହାତଗଣତି ମାସ ରହିଥିବା ବେଳେ ଏଥି ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି ରାଜ୍ୟ ସରକାର । ତେବେ ପଞ୍ଚାୟତ ନିର୍ବାଚନ ପାଇଁ ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟରେ ଯେକୌଣସି ସମୟରେ ପଞ୍ଚାୟତ ନିର୍ବାଚନ ତାରିଖ ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ । ବିଜ୍ଞପ୍ତି ପ୍ରକାଶ ଦିନ ଠାରୁ ହିଁ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଭୋଟ୍ ଗଣତି ଶେଷ ହେବା ପର୍ଯ୍ୟନ୍ତ ଏହି ଆଚରଣ ବିଧି ବଳବତ୍ତର ରହିବ । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଆଚରଣ ବିଧି ସଂକ୍ରାନ୍ତ ମାର୍ଗଦର୍ଶିକା ପ୍ରକାଶ ପାଇବ ବୋଲି ଜଣାପଡିଛି । ପଞ୍ଚାୟତ ଆଇନ୍ ଅନୁଯାୟୀ ମାର୍ଗଦର୍ଶିକା ପ୍ରକାଶ ପାଇବ । ଚଳିତ ଥର ଭୋଟ୍ ମତଦାନ ଦିନ ଗଣତି ହେବ ନାହିଁ ଏହାସହ ଭୋଟ ପଞ୍ଚାୟତ ନୁହେଁ ବ୍ଲକରେ ଗଣତି ହେବ। ଜୋନ୍ ତଥା ବ୍ଲକର ସାମଗ୍ରିକ ତ୍ରିସ୍ତରୀୟ ନିର୍ବାଚନ ସରିବା ପରେ ବ୍ଲକ୍ ମୁଖ୍ୟାଳୟରେ ଭୋଟ ଗଣତି କରାଯିବ । ୩ଟି ପର୍ଯ୍ୟାୟରେ ଗଣତି ଓ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନିର୍ବାଚନ ଖର୍ଚ୍ଚ ରାଶି ସହ ଗାଡ଼ି ବ୍ୟବହାର ବୃଦ୍ଧି ନେଇ ମଧ୍ୟ ପୂର୍ବରୁ ଘୋଷଣା ହୋଇ ସାରିଛି।