କଳା ଧନରେ ସିନେମା ତିଆରି କରିଛନ୍ତି OPWHC ଡେପୁଟି ମ୍ୟାନେଜର

କଳା ଧନରେ ସିନେମା ତିଆରି କରିଛନ୍ତି OPWHC ଡେପୁଟି ମ୍ୟାନେଜର

OPWHCର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଓଡ଼ିଆ ସିନେମା ଦୁନିଆରେ ମଧ୍ୟ ରହିଛି ଚେର। ବାବୁଙ୍କ ସିନେମା ନିଶା ଲୋକଙ୍କୁ ତାଯୁବ କରିଛି। କଳା ଧନ ଟଙ୍କାରେ ୨ଟି ଓଡ଼ିଆ ସିନେମା ତିଆରି କରିଥିବା ଜଣାପଡିଛି। ଗୋଟିଏ ସିନେମାରେ ପତ୍ନୀ ସସ୍ମିତା ସାମଲ ପ୍ରାଯୋଜିକା ଥିବା ବେଳେ ଆଉ ଗୋଟିଏ ସିନେମାରେ ପ୍ରତାପ କାର୍ଯ୍ୟକାରୀ ପ୍ରଯୋଜକ ଥିବା ଜଣାପଡ଼ିଛି। ତେବେ ଏନେଇ ଆଗକୁ ଅଧିକ ଅନୁସନ୍ଧାନ ମଧ୍ୟ କରାଯିବ। ତେବେ ପ୍ରତାପଙ୍କ ସମେତ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବୁଧବାର ପ୍ରତାପଙ୍କୁ ଗିରଫ କରାଯିବା ସହ ଜେଲ ପଠାଇଛି ଭିଜିଲାନ୍ସ । ପ୍ରତାପ ସାମଲଙ୍କ ୧୦ରୁ ଅଧିକ ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ୧୪ କୋଟି ୮୭ ଲକ୍ଷ ୪୧ ହଜାର ୧୯୪ ଟଙ୍କାର ସମ୍ପତ୍ତିର ସୂଚନା ମିଳିଛି । ଯାହା ତାଙ୍କ ଆୟଠାରୁ ୧୦୨୧% ଅଧିକା।