ବୀରେନ୍ଦ୍ର ଲାକ୍ରା ହେଲେ ଭାରତ ପୁରୁଷ ହକି ଟିମର ଅଧିନାୟକ

ବୀରେନ୍ଦ୍ର ଲାକ୍ରା ହେଲେ ଭାରତ ପୁରୁଷ ହକି ଟିମର ଅଧିନାୟକ

ଜାତୀୟସ୍ତରରେ ପୁଣି ଚମକିଲେ ଜଣେ ଓଡ଼ିଆ। ବୀରେନ୍ଦ୍ର ଲାକ୍ରା ହେଲେ ଭାରତ ପୁରୁଷ ହକି ଟିମର ଅଧିନାୟକ । ଏସିଆ କପ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ନେତୃତ୍ୱ ନେବେ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ।

ଆସନ୍ତା ୨୩ରୁ ଇଣ୍ଡୋନେସିଆରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ବୀରେନ୍ଦ୍ର ଭାରତୀୟ ଟିମର ମଙ୍ଗ ଧରିବେ । ତାଙ୍କର ଏହି ସଫଳତା ପାଇଁ ବୀରେନ୍ଦ୍ରଙ୍କୁ ଟ୍ଵିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏସିଆ କପ୍‌ରେ ଭାରତୀୟ ଟିମର ଉନ୍ନତ ପ୍ରଦର୍ଶନ ପାଇଁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭାରତୀୟ ହକି ଟିମର ପ୍ରାୟୋଜକ ଅଛି ଓଡ଼ିଶା ।