Tuesday, April 23, 2024
32.5 C
Odisha

    ଅଫିସ କାମ ଚାପରେ ହେଉଛି ଭୟଙ୍କର ମସ୍ତିସ୍କ ରୋଗ! ମୁକ୍ତି ପାଇଁ ଅବଶ୍ୟ କରନ୍ତୁ ଏହି କାମ

    ଆଗକୁ ପଢନ୍ତୁ

    ବ୍ୟସ୍ତବହୁଳ ଜୀବନରେ କାମର ଷ୍ଟ୍ରେସ ଏବଂ ଫ୍ୟାମିଲି ଉଭୟକୁ ଏକ ସାଙ୍ଗରେ ସମ୍ବାଳିବା ଚ୍ୟାଲେଞ୍ଜିଂ ହୋଇଥାଏ । ଏହାର ପ୍ରଭାବ ମାନସିକ ସ୍ୱାସ୍ଥ୍ୟକୁ ଭୋଗିବାକୁ ପଡିଥାଏ । ପର୍ସନାଲ ଏବଂ ପ୍ରଫେଶନାଲ ଲାଇଫକୁ ସଠିକ ଭାବେ ବାଲାନ୍ସ ନ କରିବା ହେତୁ ଅନେକ ଲୋକେ ଚିନ୍ତିତ ହୋଇପଡନ୍ତି । ପରେ ଏହି ଚିନ୍ତା ମେଣ୍ଟାଲ ହେଲଥ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଆଜିକାଲି ଚିନ୍ତାର ବହୁ କାରଣ ରହିଛି । ଯେପରିକି କାମର ପ୍ରେସର, ଅଫିସରେ ଭଲ ପରଫମାନ୍ସର ଚାପ, ପରିବାର-ସାଙ୍ଗସାଥୀଙ୍କୁ ସମୟ ଦେଇ ପାରୁନଥିବା ଆଦି ଅନ୍ତର୍ଭୁକ୍ତ । ଏଥିପାଇଁ କିଛି ଉପାୟ ଆପଣେଇ ପର୍ସନାଲ ଏବଂ ପ୍ରଫେଶନାଲ ଲାଇଫକୁ ସହଜରେ ବାଲାନ୍ସ କରିପାରିବେ ।

    ଆସନ୍ତୁ ଜାଣିବା ଏହି ବିଷୟରେ
    ପର୍ସନାଲ ଏବଂ ପ୍ରଫେଶନାଲ ଲାଇଫକୁ ବାଲାନ୍ସ କରିବା ପାଇଁ ଟାଇମକୁ ମ୍ୟାନେଜ କରିବା ଶିଖିବା ଆବଶ୍ୟକ । ଏଥିପାଇଁ ଏକ ଫିକ୍ସ ଟାଇମଟେବୁଲ ତିଆରି କରିବା ଆବଶ୍ୟକ ଏବଂ ସେହି ହିସାବରେ ଚାଲିବା ଆବଶ୍ୟକ ।

    ଷ୍ଟ୍ରେସ କମ କରିବା ପାଇଁ ଉତ୍ତମ ଖାଦ୍ୟ ଏବଂ ଭଲଭାବେ ଶୋଇବା ନିହାତି ଆବଶ୍ୟକ । ଜଙ୍କ ଫୁଡ ଏବଂ ଅନିଦ୍ରାରେ ଚାପ ଅଧିକ ବଢିଥାଏ । ଜଙ୍କ ଫୁଡ ଏବଂ ଅନିଦ୍ରାରେ ଚାପ ଅଧିକ ବଢିଥାଏ ଏବଂ ମେଣ୍ଟାଲ ହେଲଥ ଉପରେ ପ୍ରଭାବ ପକାଇଥାଏ, ତେଣୁ ଶୋଇବା ଏବଂ ଖାଦ୍ୟ ଖାଇବାର ସମୟକୁ ସଠିକ ଭାବେ ପାଳନ କରନ୍ତୁ । ପର୍ସନାଲ ଏବଂ ପ୍ରଫେଶନାଲ ଲାଇଫରେ ବାଲାନ୍ସ ପାଇଁ କେବଳ ଅଫିସ ନୁହେଁ ନିଜ ସାଙ୍ଗ ଏବଂ ପରିବାରର ସଦସ୍ୟଙ୍କ ପାଇଁ ମଧ୍ୟ କିଛି ସମୟ ବାହାର କରନ୍ତୁ । ତାଙ୍କ ସହ ଛୁଟି ମନାଇବା ପାଇଁ ଯାଆନ୍ତୁ । ଏହା କରିବା ଦ୍ୱାରା ଅଦା ଷ୍ଟ୍ରେସ ଦୂର ହୋଇଯାଏ ।

    କିଛି ଲୋକେ ସଙ୍କୋଚ ପାଇଁ କୌଣସି କାମକୁ ମନା କରିପାରନ୍ତି ନାହିଁ । ଯାହାର ଫାଇଦା ଅନେକ ଲୋକେ ଉଠାଇଥାନ୍ତି । ଏଥିରେ କାମର ବୋଝ ଅଧିକ ବଢିଥାଏ ଏବଂ ଏଥିରେ ମସ୍ତିସ୍କ ଜନିତ ରୋଗ ହୋଇପାରେ । ସେଥିପାଇଁ ପର୍ସନାଲ ଏବଂ ପ୍ରଫେଶନାଲ ଉଭୟ ଜୀବନରେ ନା କରିବାର ଅଭ୍ୟାସ ନିଜ ଭିତରେ ବିକଶିତ କରାନ୍ତୁ ।କିଛି ଲୋକେ ଅଛନ୍ତି ଯେଉଁମାନେ ଅଫିସର କାମକୁ ଘରେ କରନ୍ତି । ଯାହାର ପ୍ରଭାବ ପିଲା ଏବଂ ପରିବାର ଉପରେ ପଡିଥାଏ । ପର୍ସନାଲ ଏବଂ ପ୍ରଫେଶନାଲ ଲାଫରେ ଅସନ୍ତୁଳନ ଦେକିବାକୁ ମିଳିଥାଏ । ସେଥିପାଇଁ ସର୍ବଦା ଅଫିସର କାମ ଅଫିସରେ ସାରିକି ଆସନ୍ତୁ ।
    ନିଜ ଫିଲିଙ୍ଗସକୁ ମଧ୍ୟ ସେୟାର କରିବା ଆଉ ଏକ ଉପାୟ । ଏହାକୁ ଯଦି ଆପଣ କାହା ସହ ସେୟାର କରୁଛନ୍ତି ତେବେ ମନ ହାଲୁକା ହୋଇଯାଏ । ଏହା ଦ୍ୱାରା ଚାପ ମଧ୍ୟ କମିଯାଏ । ଏଥିସହ ଯୋଗ ଏବଂ ବ୍ୟାୟାମ ଭଳି କାର୍ଯ୍ୟ ଅନ୍ତର୍ଭୁକ୍ତ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    32.5 ° C
    32.5 °
    32.5 °
    31 %
    2.5kmh
    50 %
    Tue
    34 °
    Wed
    40 °
    Thu
    43 °
    Fri
    44 °
    Sat
    44 °

    ସମ୍ବନ୍ଧିତ