କେବଳ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ ବୁଷ୍ଟର୍‌ ଡୋଜ୍‌

କେବଳ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ ବୁଷ୍ଟର୍‌ ଡୋଜ୍‌

ବ୍ରାଜିଲର ସ୍ବାସ୍ଥ୍ୟମନ୍ତ୍ରୀ ମାର୍ସେଲୋ କ୍ୱିରୋଗା ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ୧୮ ବର୍ଷରୁ ଅଧିକ ସମସ୍ତ ବ୍ରାଜିଲୀୟଙ୍କୁ କୋଭିଡ୍‌-୧୯ ଏକ ବୁଷ୍ଟର୍‌ ଡୋଜ୍‌ ଦିଆଯିବ।

ଏକ ରିପୋର୍ଟ ଅନୁଯାୟୀ, କେବଳ ୧୮ ବର୍ଷରୁ ଅଧିକ ଲୋକଙ୍କୁ ବୁଷ୍ଟର୍‌ ଡୋଜ୍‌ ଦିଆଯିବ। ଯେଉଁମାନେ ପାଞ୍ଚ ମାସ ପୂର୍ବେ କୋଭିଡ୍‌ସ୍‌-୧୯ର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୧୨.୪ ମିଲିୟନରୁ ଅଧିକ ବ୍ରାଜିଲୀୟମାନେ ବୁଷ୍ଟର ଡୋଜ୍‌ ପାଇଁ ଯୋଗ୍ୟ ଅଟନ୍ତି।

ମନ୍ତ୍ରଣାଳୟ କହିଛି, ଦେଶରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୧୯ ଲକ୍ଷ ୬୫ ହଜାର ୬୮୪ ମାମଲା ଆସିଛି। ସେଥିମଧ୍ୟରୁ ୬ ଲକ୍ଷ ୧୧ ହଜାର ୪୭୮ ଜଣଙ୍କ ମୃତ୍ୟୁ ଘଟିଛି।