ସୁପ୍ରିମକୋର୍ଟଙ୍କ ନିର୍ଦେଶ; ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ବନ୍ଧିତ ସମସ୍ତ ରେକର୍ଡ ରିଜର୍ଭ ରଖାଯାଉ

ସୁପ୍ରିମକୋର୍ଟଙ୍କ ନିର୍ଦେଶ; ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ବନ୍ଧିତ ସମସ୍ତ ରେକର୍ଡ ରିଜର୍ଭ ରଖାଯାଉ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ଅବହେଳା ଜନିତ ମାମଲାର ଶୁଣାଣୀ କରି ଗୁରୁତ୍ବପୂର୍ଣ ରାୟ ଦେଇଛନ୍ତି। ମୋଦୀଙ୍କ ପଞ୍ଜାବ ଗସ୍ତ ସମ୍ବନ୍ଧିତ ସମସ୍ତ କାଗଜପତ୍ର ସୁରକ୍ଷିତ ରଖିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଶୁଣାଣୀ ସମୟରେ ସର୍ବୋଚ୍ଚ ନ୍ୟାୟଳୟ ପଞ୍ଜାବ-ହରିୟଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତର ସମସ୍ତ ରେକର୍ଡ ସୁରକ୍ଷିତ ରଖିବାକୁ ଆଦେଶ ଦେଇଛନ୍ତି।

ସମ୍ପୃକ୍ତ ରେକର୍ଡ ସିଲ କରିବା କାର୍ଯ୍ୟରେ ପଞ୍ଜାବ ସରକାର, ପୁଲିସ ଅଧିକାରୀ, ଏସପିଜି ଏବଂ କେନ୍ଦ୍ର ସରକାର ସମେତ ରାଜ୍ୟର ସମସ୍ତ ସଂସ୍ଥା ଗୁଡିକ ଏଥିରେ ସହଯୋଗ କରିବା ପାଇଁ ନିର୍ଦେଶ ଦେଇଛନ୍ତି।

ଏଥିପୂର୍ବରୁ ଭାରତର ସଲିସିଟର ଜେନରେଲ ତୁଷାର ମେହଟା ସୁପ୍ରିମ କୋର୍ଟକୁ ଅବଗତ କରିଥିଲେଯେ, ପ୍ରଧାନମନ୍ତ୍ରୀଙ୍କ ସହିତ ଘଟିଥିବା ଏହି ଘଟଣା ଯୋଗୁଁ ଭାରତକୁ ଅନ୍ତରାଷ୍ଟ୍ରୀୟସ୍ତରରେ ଲଜ୍ଜିତ ହେବାକୁ ପଡିଛି। ସରକାର ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି ବୋଲି ଶ୍ରୀ ମେହଟା କହିଥିଲେ। ଅନ୍ୟ ପକ୍ଷରେ ଏହି ଘଟଣା ଦିନ ହିଁ ପଞ୍ଜାବ ସରକାର ଯାଞ୍ଚ ଆଦେଶ ଦେଇଥିଲେ ବୋଲି ସୁପ୍ରିମକୋର୍ଟରେ ସଫେଇ ଦେଇଛନ୍ତି ପଞ୍ଜାବ ସରକାରଙ୍କ ଓକିଲ ଡିଏସ ପାଟବାଲିଆ।

ସୂଚନା ଯୋଗ୍ୟଯେ, ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବର ଫିରୋଜପୁରରେ ଏକ ସମାବେଶକୁ ସମ୍ବୋଧିତ କରିବାକୁ ଯାଉଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କନଭେନ ଯାଉଥିବାବେଳେ ଫ୍ଲାଏ ଓଭରରେ କିଛି ବିକ୍ଷୋଭକାରୀ ରାସ୍ତା ଅବରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯାତ୍ରା ପ୍ରାୟ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଏହି ଫ୍ଲାଏ ଓଭରରେ ଅଟକି ରହିଥିଲା ଏବଂ ଏହା ପରେ ପ୍ରଧାନମନ୍ତ୍ରୀ ଭଟିଣ୍ଡା ଫେରିଥିଲେ ।