ଜାପାନରେ କରୋନା ଭାଇରସ୍‌ର ତାଣ୍ଡବ, ଅନିଶ୍ଚିତତା ଘେରରେ ଅଲିମ୍ପିକ୍ସ ଆୟୋଜନ...

ଜାପାନରେ କରୋନା ଭାଇରସ୍‌ର ତାଣ୍ଡବ, ଅନିଶ୍ଚିତତା ଘେରରେ ଅଲିମ୍ପିକ୍ସ ଆୟୋଜନ...

କିଛି ଦିନର ବିରାମ ପରେ ଜାପାନରେ କରୋନା ର ଦ୍ୱିତୀୟ ଲହରୀ ତାଣ୍ଡବ ଆରମ୍ଭ କରିଦେଇଛି । ଫଳରେ ଏହି ଦେଶର କେତେକ ସହରରେ ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ଲାଗି ସେଠାକାର ସରକାରଙ୍କ ପକ୍ଷରୁ ଲକଡାଉନ ବଳବତ୍ତର କରାଯିବା ସହ ଏହାର ସମୟ ସୀମାକୁ ଚଳିତ ମାସ ୧୧ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ବର୍ତ୍ତମାନର ସ୍ଥିତିକୁ ପରିସଂଖ୍ୟନ କଲେ ପୁନର୍ବାର ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ ଦୃଢୀଭୂତ ହୋଇଛି, ତେବେ ଆସନ୍ତା କାଲି ଏ ନେଇ କିଛି ସୂଚନା ଆସିପାରେ ସେଠାକାର ସରକାରୀ ସୂତ୍ର ଜରିଆରେ ସୂଚନା ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ, ଅଲିମ୍ପିକ୍ସ ଚଳିତ ବର୍ଷ ୨୩ ଜୁଲାଇରେ ଆୟୋଜିତ ହେବାର ସ୍ଥିରୀକୃତ ହୋଇଛି ।