ମୂର୍ତ୍ତି ଉଚ୍ଚତା ବିବାଦ: ବଢିବନି ଉଚ୍ଚତା, ରାୟ ଦେଲେ ହାଇକୋର୍ଟ

ମୂର୍ତ୍ତି ଉଚ୍ଚତା ବିବାଦ: ବଢିବନି ଉଚ୍ଚତା, ରାୟ ଦେଲେ ହାଇକୋର୍ଟ

ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ସମ୍ପର୍କିତ ମାମଲାର ଆଜି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ବାଲୁ ବଜାର ପୂଜା କମିଟି ଦ୍ବାରା ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରୁଛନ୍ତି ହାଇକୋର୍ଟ । ହାଇକୋର୍ଟ ମୂର୍ତ୍ତି ଉଚ୍ଚତା ବଢିବନି ବୋଲି ରାୟ ଦେଇଛନ୍ତି । ମହାମାରୀ ବେଳେ ସରକାର ଭାବିଚିନ୍ତି ନିଷ୍ପତ୍ତି ନେଇଛନ୍ତି ବୋଲି କୋର୍ଟ କହିଛନ୍ତି। ଏହାସହ କେବଳ ଗୋଟିଏ ପୂଜା ମଣ୍ଡପକୁ ଅନୁମତି ଦେଇ ହେବନାହିଁ ବୋଲି କୋର୍ଟ କହିଛନ୍ତି । ଗତବର୍ଷ ଏକ ମାସ ଆଗରୁ ମୂର୍ତ୍ତି ନିର୍ମାଣ ହୋଇସାରିଥିଲା । ତେଣୁ ୯ ପୂଜା ମଣ୍ଡପରେ ମୂର୍ତ୍ତି ବଡ଼ କରିବା ଲାଗି ଅନୁମତି ଦିଆଯାଇଥିଲା । ଚଳିତ ବର୍ଷ ସେଭଳି ଅବସ୍ଥା ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ବାଲୁ ବଜାର ପୂଜା କମିଟି ପକ୍ଷରୁ ଏସଆରସିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମାମଲା ଦାୟର କରାଯାଇ ପୂର୍ବପରି ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା ।