ଖାଇବାକୁ ନପାଇ ଅସହାୟ ଅବସ୍ଥାରେ ରାସ୍ତା କଡରେ ପଡିଛି ଘୋଡା, ଛାଡିଚାଲିଗଲା ମାଲିକ

ଖାଇବାକୁ ନପାଇ ଅସହାୟ ଅବସ୍ଥାରେ ରାସ୍ତା କଡରେ ପଡିଛି ଘୋଡା, ଛାଡିଚାଲିଗଲା ମାଲିକ
ଖାଇବାକୁ ନପାଇ ଅସହାୟ ଅବସ୍ଥାରେ ରାସ୍ତା କଡରେ ପଡିଛି ଘୋଡା, ଛାଡିଚାଲିଗଲା ମାଲିକ

ଲ୍ଲିକୋଟ ୨୦।୮: ହଜିଗଲା ମାନବିକତା । ଜୀବନ ସାରା ଘୋଡକୁ ବ୍ୟବହାର କରି ଟଙ୍କା ରୋଜଗାର କରିବା ପରେ ବୃଦ୍ଧ ଘୋଡାକୁ ରାସ୍ତା କଡରେ ଛାଡି ଚାଲିଗଲା ସ୍ବାର୍ଥପର ମାଲିକ । ଏମିତି ଏକ ହୃଦୟ ବିଦାରକ ଓ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଉଜ୍ଜଳେଶ୍ବରୀ ମନ୍ଦିର ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ବରେ।

ଗୁରୁବାର ସନ୍ଧ୍ୟାରେ ଜାତୀୟ ରାଜପଥ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି  । ଘୋଡାଟି ବୃଦ୍ଧ ହୋଇଯିବାରୁ ରୋଗୀଣା ହୋଇ ପଡିଥିଲା । ଯାହା ଫଳରେ ମାଲିକ ଘୋଡାଟିକୁ ଆଣି ଛାଡି ଦେଇଥିବା ଜଣାପଡିଛି । ଘୋଡାଟି ଖାଇବାକୁ ନପାଇ ଘୁରି ବୁଲୁଥିବାରୁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ମାଲିକ ଘୋଡକୁ ବ୍ୟବହାର କରି ସାରା ଜୀବନ ଟଙ୍କା ରୋଜଗାର କଲାପରେ ସ୍ବାର୍ଥପର ମାଲିକ ଏବେ ବୃଦ୍ଧ ଘୋଡାଟିକୁ ଛାଡି ଚମ୍ପଟ ମାରିଛି । ତେବେ ବୃଦ୍ଧ ଅବସ୍ଥା ଆସିଗଲେ କେମିତି ଅବସ୍ଥା କରାଯାଉଛି ତାହାର ଜ୍ବଳନ୍ତ ଉଦାହରଣ ଆପଣମାନେ ଦେଖୁଛନ୍ତି । ମାଲିକମାନେ କିପରି ମାନବିକତା ଭୁଲି ଯାଉଛନ୍ତି ଏହି ବୃଦ୍ଧ ଘୋଡାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି ।

ସେହିପରି କିଛି ଦିନ ତଳେ ଖଲ୍ଲିକୋଟ ଅଞ୍ଚଳରେ ମଧ୍ୟ ଏକ ଓଟକୁ ମଧ୍ୟ୍ୟ ଛାଡି ମାଲିକ ଚାଲିଯାଇଥିବା ବେଳେ ପରେ ଓଟଟିର ମୃତ୍ୟୁ ହୋଇଥିଲା । ଏହି ଦୃଶ୍ୟ ପଶୁପ୍ରେମୀଙ୍କ ମନରେ ଶକ୍ତ ଆଘାତ ଦେଇଥିବାରୁ ଘୋଡା ମାଲିକଙ୍କ ବିରୁଦ୍ଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି । ଏନେଇ ଜଙ୍ଗଲ ବିଭାଗ, ପଶୁ ବିଭାଗ ଓ ଛତ୍ରପୁର ଏନ୍ଏସିକୁ ଜଣାଇଥିଲେ ମଧ୍ୟ କାହାରି ଦେଖା ମିଳିନଥିଲା।