ଆଫଗାନସ୍ତାନରେ ମୁଦ୍ରା କାରବାର କରିବ ପାକ୍‌

ଆଫଗାନସ୍ତାନରେ ମୁଦ୍ରା କାରବାର କରିବ ପାକ୍‌

ପୂର୍ବରୁ ତାଲିବାନ ସରକାରକୁ ଖୁଲମଖୁଲା ସମର୍ଥନ କରୁଥିବା ପାକିସ୍ତାନ ଏବେ ଆଉ ପାଦେ ଆଗକୁ ବଢିଛି, ଏବେ ପାକିସ୍ତାନ ତାଲିବାନ ସହ ମୁଦ୍ରା ବ୍ୟାପାର କରିବ ବୋଲି ଜଣା ପଡ଼ିଛି। ଏଣିକି ଆଫଗାନିସ୍ତାନରେ ଚାଲିବ ପାକିସ୍ତାନୀ ଟଙ୍କା । ଏହାଦ୍ୱାରା ପାକିସ୍ତାନକୁ ବଡ଼ ଫାଇଦା ମିଳିବ ବୋଲି ଏହାର ଅର୍ଥ ମନ୍ତ୍ରୀ କହିଛନ୍ତି।ଆଫଗାନିସ୍ତାନରେ ନୂତନ କାମଚଳା ଅସ୍ଥାୟୀ ସରକାରକୁ ସମଗ୍ର ବିଶ୍ୱ ଗ୍ରହଣ କରିପାରୁ ନଥିବା ବେଳେ ପାକିସ୍ତାନ ଓ ଚିହ୍ନ ଏହାକୁ ଖୁଲମଖୁଲା ସମର୍ଥନ ଦେବାରେ ଲାଗିପଡିଛନ୍ତି। ପାକିସ୍ତାନର ଅର୍ଥ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆଫଗାନିସ୍ତାନ୍‌ର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ପାକିସ୍ତାନ ସବୁବେଳେ ପ୍ରସ୍ତୁତ। ପାକ୍‌ ଏଥିପାଇଁ ନିଜର ଏକ ଟିମ୍‌ ବି ସେଠାକୁ ପଠାଇବ । ତାଲିବାନ ସରକାର ଗଠନ କରିବା ପରେ ଆନ୍ତଃରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ଏହାକୁ ସହଯୋଗ କରିବା ବନ୍ଦ କରିଦେଇଥିବା ବେଳେ ବହୁ ଆନ୍ତରାଷ୍ଟ୍ରୀୟ ସଂସ୍ଥା ବି ସମାନ ପନ୍ଥା ଆପଣାଇଛନ୍ତି। ଏପରିକି ଆଫଗାନ ସମ୍ପତ୍ତିକୁ ବି ଫ୍ରିଜ୍‌ କରି ଦିଆଯାଇଛି। ଏଥିଯୋଗୁ ତାଲିବାନ ସରକାରକୁ ଏବେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।