ପଞ୍ଜାବ ଆକାଶରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ

ପଞ୍ଜାବ ଆକାଶରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ

ପଞ୍ଜାବ ଆକାଶରେ ପୁଣିଥରେ ଉଡିଲା ପାକିସ୍ତାନୀ ଡ୍ରୋନ । ଶନିବାର ପଞ୍ଜାବ ଅର୍ନ୍ତରାଷ୍ଟ୍ରୀୟ ସୀମାରେ ଏକାସାଙ୍ଗରେ ଦୁଇ ଦୁଇଟି ଡ୍ରୋନ ଦେଖିବାକୁ ମିଳିଥିଲା, ଖେମ୍‌କରଣ ଅଞ୍ଚଳରେ ଏହି ଦୁଇଟି ଡ୍ରୋନକୁ ଦେଖିବାକୁ ମିଳିଥିଲା । ବିଏସଏଫ ଯବାନମାନେ ଗୁଳି କରି ଗୋଟିଏ ଡ୍ରୋନକୁ ଧ୍ୱଂସ କରିଦେଇଥିବା ଜଣାପଡ଼ିଛି । ସମ୍ପୁର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମ କିମ୍ବା ଡ୍ରୋନ ପଠାଯିବାର ଉଦ୍ୟମ ପାକିସ୍ତାନ ପକ୍ଷରୁ କରାଯିବ ବୋଲି ଗତରାତିରେ ବିଏସଏଫ ଯବାନମାନଙ୍କୁ ସୂତ୍ରରୁ ସୂଚନା ମିଳିଥିଲା । ଏହି ଖବର ପାଇବା ପରେ ଯବାନମାନେ ପୂର୍ବରୁ ସଜାଗ ରହିଥିଲେ । ବିଏସଏଫ ଯବାନଙ୍କ ପକ୍ଷରୁ ପାଖାପାଖି ୫୦ ରାଉଣ୍ଡ ଗୁଳିଚଳେଇ ଗୋଟିଏ ଡ୍ରୋନ ଧ୍ୱଂସ କରଯାଇଥିବା ଜଣାପଡିଛି ।