ଘୁଂଚିବନି ପଂଚାୟତ ନିର୍ବାଚନ

ଘୁଂଚିବନି ପଂଚାୟତ ନିର୍ବାଚନ

ପଂଚାୟତ ନିର୍ବାଚନ ଘୁଂଚିବାର କୌଣସି ସମ୍ଭାବନା ନାହିଁ । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ରାଜ୍ୟ ନିର୍ବାଚନ କମିଶନକୁ ରାଜ୍ୟ ସରକାର ସମସ୍ତ ରିପୋର୍ଟ ଦେଇଛନ୍ତି । ପଂଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନ ତାରିଖ ଖୁବ ଶୀଘ୍ର ଘୋଷଣା କରିବାକୁ ଯାଉଛନ୍ତି ।

ନିର୍ବାଚନ କମିଶନ ଯେଉଁ ତାରିଖ ଘୋଷଣା କରିବେ ସେହି ଅନୁସାରେ ହିଁ ନିର୍ବାଚନ ହେବ । ନିର୍ବାଚନ ଘୁଚିବାର କୌଣସି ସମ୍ଭାବନା ନାହିଁ ବୋଲି କହିଛନ୍ତି ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ।