ପାର୍ଥିବ ପଟେଲଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍

ପାର୍ଥିବ ପଟେଲଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍

ଭାରତର ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲଙ୍କ ପାଇଁ ବଡ଼ ସମସ୍ୟା ଉପୁଜିଛି। ପାର୍ଥିବଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଏ ନେଇ ପାର୍ଥିବ ଖୋଦ୍ ସୂଚନା ଦେଇଛନ୍ତି। ଯେଉଁ ସମୟରେ ପାର୍ଥିବଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହେଲା, ସେ ତୁରନ୍ତ ଏହାର ସୂଚନା ଦେଇଛନ୍ତି। ପାର୍ଥିବ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବେଳେ ଷ୍ଟାର୍ ସ୍ପୋର୍ଟ୍ସ ଚ୍ୟାନେଲରେ କମେଣ୍ଟ୍ରୀ କରୁଥିବା ବେଳେ ଏଭଳି ଘଟିଛି।

ଏ ନେଇ ପାର୍ଥିକ ଟ୍ୱିଟ୍ କରି କହିଛନ୍ତି, ଦୟାକରୀ ଧ୍ୟାନ ଦିଅନ୍ତୁ। ମୋର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ମୁଁ ଏହାକୁ ଓପନ୍ କରିପାରୁ ନାହିଁ। ଯେପର୍ଯ୍ୟନ୍ତ ଏହି ଆକାଉଣ୍ଟ ରିଷ୍ଟୋର ନହୋଇଛି, ସେ ଯାଏ ଯଦି ଏହି ଆକାଉଣ୍ଟରୁ କୌଣସି ମେସେଜ୍ ଆସିଲେ, ଦୟାକାରୀ ଏହାକୁ ଅଣଦେଖା କରନ୍ତୁ।