ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ପଟାଟୋ ପ୍ୟାନ କେକ

ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ପଟାଟୋ ପ୍ୟାନ କେକ

ଆବଶ୍ୟକୀୟ ସାମଗ୍ରୀ: ଆଳୁ, ବେସନ, ଏକ କପ କଟା ପରିବା (ବିନ, ଗାଜର, କ୍ୟାପ୍ସିକମ, ଟମାଟୋ), ଅଧା ଚାମଚ ଅଦା ରସୁଣ ପେଷ୍ଟ, କଞ୍ଚାଲଙ୍କା, ଜୁଆଣି, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆପତ୍ର, ତେଲ, ସ୍ୱାଦ ଅନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ର ନେଇ ସେଥିରେ କଂଚା ଆଳୁକୁ ଚୋପା ଛାଡ଼ି ଗ୍ରେଟ କରିଦିଅନ୍ତୁ ତାପରେ ସେଥିରେ ଦୁଇ ଚାମଚ ବେସନ, ଅଦା ରସୁଣ ପେଷ୍ଟ, କଞ୍ଚାଲଙ୍କା, ଜୁଆଣି, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆପତ୍ର ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ତାପରେ ଏକ ପ୍ୟାନ ଗରମ କରି ସେଥିରେ ଅଳ୍ପ ତେଲ ଦିଅନ୍ତୁ ଏବଂ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ଛୋଟ ଛୋଟ ଟିକ୍କି ଆକାରର କରି ପିଠା ଭଳି ଦିଅନ୍ତୁ ଆଉ ତା ଉପରେ କାଟି ରଖିଥିବା ପରିବାକୁ ଅଳ୍ପ ଅଳ୍ପ କରି ଦିଅନ୍ତୁ କିଛି ସମୟ ଫ୍ରାଏ ହେଲା ପରେ ଏହାକୁ ଲେଉଟାଇ ଦିଅନ୍ତୁ ଏହିପରି ଭାବେ ଦୁଇପଟକୁ ଭଲଭାବେ ସେକି ଦିଅନ୍ତୁ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ ଗରମାଗରମପଟାଟୋ ପ୍ୟାନ କେକ ଏହାକୁ ଆପଣ ସସ କିମ୍ବା ଚଟଣି ସହିତ ଖାଇପାରିବେ