ଦେଶକୁ ନିମୋନିଆ ମୁକ୍ତ ପାଇଁ ଶିଶୁଙ୍କୁ ପିସିଭି ଟିକା

ଦେଶକୁ ନିମୋନିଆ ମୁକ୍ତ ପାଇଁ ଶିଶୁଙ୍କୁ ପିସିଭି ଟିକା

ଦେଶକୁ ପୋଲିଓ ମୁକ୍ତ କରିବା ପରେ ଏବେ ସରକାର ଦେଶକୁ ନିମୋନିଆ ମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଶିଶୁଙ୍କୁ ନିମୋନିଆ ଠାରୁ ରୋକିବା ପାଇଁ ପିସିଭି ଟିକାକୁ ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ଏହି ଟିକା କେବଳ ୫ଟି ରାଜ୍ୟରେ ପିଲାମାନଙ୍କୁ ଦିଆଯାଉଥିଲା । ମାତ୍ର ଏବେ ଏହି ଟିକା ସାରା ଦେଶରେ ପିଲାମାନଙ୍କୁ ଦିଆଯିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ଟିକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ । ଏବେ ଗରିବ ପିଲାମାନେ ମଧ୍ୟ ମାଗଣାରେ ଟିକା ନେଇପାରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଟିକା, ମାଗଣା ଟିକା ନାମକ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନ ମିଶନ ଇନ୍ଦ୍ରଧନୁଷ ଜରିଆରେ ସମସ୍ତ ଶିଶୁଙ୍କୁ ମାଗଣାରେ ଦିଆଯିବ । ଜନ୍ମ ପରେ ପ୍ରାୟ ୬୦ ପ୍ରତିଶତ ପିଲାଙ୍କ ମୃତ୍ୟୁ ନିମୋନିଆ କାରଣରୁ ହୋଇଥାଏ । ଏବେ ପିସିଭି ଟିକା ଦ୍ୱାରା ନିମୋନିଆ ଭଳି ଗୁରୁତର ରୋଗ ଠାରୁ ପିଲାମାନଙ୍କୁ ସୁରକ୍ଷା ମିଳିବ ।

ସେପଟେ କେନ୍ଦ୍ର ସରକାର କହିଛନ୍ତି ଯେ, ପିସିଭି ଏକ ଅନିବାର୍ଯ୍ୟ ଟିକା । ଅନ୍ୟ ଟିକା ଭଳି ଏହି ଟିକାକୁ ମଧ୍ୟ ବାଧ୍ୟତାମୂଳକ ଭାବରେ ଦିଆଯିବା ଉଚିତ୍ । ଟିକା ନେବା ପରେ ପିଲାମାନଙ୍କୁ ସାମାନ୍ୟ ଜ୍ୱର ହୋଇପାରେ କିମ୍ବା ନେଇଥିବା ସ୍ଥାନରେ ଏକ ରଙ୍ଗ ପଡିପାରେ । ଏହାସହିତ ପିସିଭିର ୩ଟି ଡୋଜ୍ ରହିଛି । ଦେଢ ମାସରେ ଏହାର ପ୍ରଥମ ଡୋଜ୍ ଦିଆଯାଇଥାଏ । ସେହିପରି ତିନି ମାସରେ ଦ୍ୱିତୀୟ ଡୋଜ୍ ଓ ୯ ମାସ ବେଳକୁ ତୃତୀୟ ଡୋଜ୍ ଦିଆଯାଇଥାଏ ।