ପେଟ୍ରୋଲିଂ ବେଳେ ୧୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ଗିରଫ

ପେଟ୍ରୋଲିଂ ବେଳେ ୧୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ଗିରଫ
ପେଟ୍ରୋଲିଂ ବେଳେ ୧୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ଗିରଫ

ଗଂଜାମ ଜିଲ୍ଲା ଆସିକା ଥାନା ପୋଲିସ ପେଟ୍ରୋଲିଂ ବେଳେ ଗଞ୍ଜେଇ ଜବତ। ସୂଚନା ଅନୁଯାୟୀ, ଖଣ୍ଡଦେଉଳି ଗାଁ ନିକଟ ରାସ୍ତାରେ ଚଢାଉ କରି, ୨ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବା ସହ, ସେମାନଙ୍କ ଠାରୁ ୫୩ କିଲୋ ୭୫୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।
ଏହାସହ ଗୋଟିଏ ମେକ୍ସପିକଅପ୍ ଭ୍ୟାନ୍ ଓ ଗୋଟିଏ ବାଇକ୍ ଜବତ କରିଛି ପୋଲିସ୍। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଆସିକା ଏସ୍ .ଡି . ପି .ଓ ଉମାଶଙ୍କର ସିଂ ।