ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଲିଟର ୧୧୬

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଲିଟର ୧୧୬

ଲୋକଙ୍କୁ କନ୍ଦେଇଲାଣି ପେଟ୍ରୋଲ ଓ ଡିଜେଲ ଦର। ଘରୁ ଗାଡ଼ି କାଢ଼ିବାକୁ ସାରିଲେଣି ମଧ୍ୟବିତ୍ତ ପରିବାରର ଲୋକେ। ଦେଶରେ ଲଗାତର ଭାବେ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଶନିବାର ତୈଳ ଦରରେ ୩୫ ପଇସା ବୃଦ୍ଧି ଘଟିଛି । ଭାରତୀୟ ପେଟ୍ରୋଲିୟମ କମ୍ପାନୀ ଶନିବାର ତୈଳ ଦରରେ ୩୫ ପଇସା ବୃଦ୍ଧି କରିଛନ୍ତି । ସେହିପରି ଡିଜେଲ ଦାମ ମଧ୍ୟ ୩୫ ପଇସା ବୃଦ୍ଧି ପାଇଛି । କେବଳ ଅକ୍ଟୋବରରେ ଏବେସୁଦ୍ଧା ପେଟ୍ରୋଲ ଦର ୩ ଟଙ୍କା ୮୫ ପଇସା ବୃଦ୍ଧି ହେଲାଣି । ଡିଜେଲରେ ମଧ୍ୟ ୪ ଟଙ୍କା ବୃଦ୍ଧି ହୋଇଛି ।ଆଜି ଦିଲ୍ଲୀରେ ପେଟ୍ରୋଲ ଦର ୧୦୫ ଟଙ୍କା ୪୯ ପଇସା ରହିଥିବା ବେଳେ ମୁମ୍ବାଇରେ ୧୧୧ ଟଙ୍କା ୪୩ ପଇସା ରହିଛି । ମୁମ୍ବାଇରେ ଡିଜେଲ ଦର ୧୦୨ ଟଙ୍କା ୧୫ ପଇସା ରହିଛି । ସେହିପରି ମଧ୍ୟପ୍ରଦେଶର ବାଲାଘାଟରେ ପେଟ୍ରୋଲ ଦର ୧୧୬ ଟଙ୍କା ୪୪ ପଇସାରେ ପହଁଚିଛି । ଯାହା ଦେଶରେ ସର୍ବାଧିକ ରେକର୍ଡ ଅଟେ । ଭୁବନେଶ୍ୱରରେ ପେଟ୍ରୋଲ ୧୦୬.୪୨ ଟଙ୍କା ରହିଥିବା ବେଳେ ଡିଜେଲ ୧୦୨.୭୭ ଟଙ୍କା ରହିଛି।