ଡାକ୍ତର ନଥିଲେ ଫାର୍ମାସିଷ୍ଟ ଦେବେ ଔଷଧ

ଡାକ୍ତର ନଥିଲେ ଫାର୍ମାସିଷ୍ଟ ଦେବେ ଔଷଧ

ରାଜ୍ୟର ବିଭିନ୍ନ ଡାକ୍ତରକାନାରେ ନିଯୁକ୍ତ ଫାର୍ମାସିଷ୍ଟମାନେ ରୋଗୀମାନଙ୍କୁ ଔଷଧ ଦେଇପାରିବେ । ଡାକ୍ତରଙ୍କ ଅନୁପସ୍ଥିତିରେ ସେମାନେ ରୋଗୀଙ୍କୁ ଔଷଧ ଦେଇପାରିବେ ବୋଲି ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାବ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଗୁରୁତର ରୋଗୀ ନୁହେଁ କେବଳ ସାମାନ୍ୟ ରୋଗଙ୍କୁ ଫାର୍ମାସିଷ୍ଟମାନେ ଔଷଧ ଦେଇ ପାରିବେ । ଫାର୍ମାସିଷ୍ଟଙ୍କୁ ଏପରି ରୋଗ ନିମନ୍ତେ ଔଷଧ ଦେବାକୁ ଅନୁମତି ମିଳିଛି ଯାହାଦ୍ୱାରା ରୋଗୀଙ୍କ ଜୀବନ ପ୍ରତି ବିପଦ ରହିବ ନାହିଁ । ଏହି ନିର୍ଦ୍ଦେଶନାମାରେ କେଉଁ ରୋଗ ପାଇଁ ଫାର୍ମାସିଷ୍ଟମାନେ କେଉଁ ଔଷଧ ଦେବେ ତାହାର ଏକ ତାଲିକା ବି ପ୍ରକାଶ ପାଇଛି ।