ବିନା ପିଆଜ ରସୁଣ ଏବଂ ଟମାଟୋରେ ବନାନ୍ତୁ ସ୍ୱାଦିଷ୍ଟ ତରକାରୀ, ନବରାତ୍ରୀରେ ବହୁତ ପସନ୍ଦ ଆସିବ

ବିନା ପିଆଜ ରସୁଣ ଏବଂ ଟମାଟୋରେ ବନାନ୍ତୁ ସ୍ୱାଦିଷ୍ଟ ତରକାରୀ, ନବରାତ୍ରୀରେ ବହୁତ ପସନ୍ଦ ଆସିବ
ବିନା ପିଆଜ ରସୁଣ ଏବଂ ଟମାଟୋରେ ବନାନ୍ତୁ ସ୍ୱାଦିଷ୍ଟ ତରକାରୀ, ନବରାତ୍ରୀରେ ବହୁତ ପସନ୍ଦ ଆସିବ

ନବରାତ୍ରୀରେ ପିଆଜ ଏବଂ ରସୁଣର ବ୍ୟବହାର କରନ୍ତିନି ଲୋକେ। ଏଥିପାଇଁ ମହିଳାମାନଙ୍କୁ ଖାଦ୍ୟ ଖାଇବାରେ ବେଶ୍‌ ସମସ୍ୟା ହୋଇଥାଏ। କାହିଁକିନା ବିନା ପିଆଜ-ରସୁଣରେ କୌଣସି ତରକାରି ବନାଇବା ମୁସ୍କିଲ ହୋଇଥାଏ। ଆଜି ଆପଣଙ୍କୁ ଏକ ଏମିତି ରେସିପି ତିଆରି କରିବା ସିଖାଇବୁ ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରିବେ। ଏହାଛଡା ଆପଣ ବିନା ପିଆଜ, ରସୁଣ ଏବଂ ଟମାଟୋରେ ବି ତରକାରୀ ବନାଇପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଦହି ଏବଂ ଆଳୁ ଦରକାର ପଡିବ। ଏହାକୁ ରୁଟି ଏବଂ ପରଟା ସହିତ ସର୍ଭ କରିପାରିବେ। ଆସନ୍ତୁ ଜାଣିବା ଏହାର ରେସିପି।
କେମିତି କରିବେ ପ୍ରସ୍ତୁତି
ଦହି ଆଳୁ ବନାଇବା ପାଇଁ ଆପଣ ସର୍ବପ୍ରଥମେ ଆଳୁକୁ ସିଝାଇ ରଖିଦିଅନ୍ତୁ। ସେତେପର୍ଯ୍ୟନ୍ତ ଦହିକୁ ଏକ ପାତ୍ରରେ ବାହାର କରି ରଖିଦିଅନ୍ତୁ। ଏହାପରେ ଦହିକୁ ଗ୍ରାଇଣ୍ଡର ସାହାଯ୍ୟରେ ଫେଣ୍ଟିଦିଅନ୍ତୁ। ଏଥିରେ ଆପଣଙ୍କୁ ଅଳ୍ପ ପାଣି ଦେବାକୁ ହେବ। ଏହି ଦହିରେ ଆପଣ ହେଙ୍ଗୁ ବି ମିଶାଇ ଦିଅନ୍ତୁ ଏବଂ ସାଇଡରେ ରଖିଦିଅନ୍ତୁ। ସେତେପର୍ଯ୍ୟନ୍ତ ସିଝା ଆଳୁର ଚୋପା ବାହାର କରି ରଖିଦିଅନ୍ତୁ।

ଦହି ଆଳୁ ତରକାରୀ ବନାଇବା ପାଇଁ ଏକ କଡାରେ ତେଲ ଗରମ କରନ୍ତୁ। ଏବେ ଏଥିରେ ଜିରା ଏବଂ ଲାଲ ଲଙ୍କା ପକାନ୍ତୁ। ଏହାକୁ ଫୁଟିବାକୁ ଛାଡନ୍ତୁ ଏହା ଥରେ ଫୁଟି ଆସିଲା ପରେ ଏକ ପାତ୍ରରେ ଲାଲ ଲଙ୍କା ପାଉଡର, ଧନିଆ ପାଉଡର, ହଳଦି ପାଉଡର ମିଶାଇ ଅଳ୍ପ ପାଣି ଦେଇ ମିକ୍ସ କରନ୍ତୁ ଏବଂ କଡାରେ ପକାଇ ଦିଅନ୍ତୁ। ଏହାକୁ ଭଲଭାବେ ଚଲାନ୍ତୁ ଏବଂ ଏବେ ଏଥିରେ ଆଳୁକୁ ହାତରେ ଭାଙ୍ଗି ମିଶାଇ ଦିଅନ୍ତୁ। ଏହାକୁ ଭଲଭାବେ ଚଲାନ୍ତୁ। ଏବେ ଯେତେବେଳେ ମସଲା ଆଳୁ ସହ ଭଲଭାବେ ମିକ୍ସ ହୋଇଯିବ ସେତେବେଳେ ଏହାକୁ ଧିରେଧିରେ ଚଲାଇ ଦହି ମିଶାନ୍ତୁ। ଏବେ ଯେତେ ପର୍ଯ୍ୟନ୍ତ ଦହି ଫୁଟି ନଆସିଛି ଏହାକୁ ଚଲାନ୍ତୁ। ଏଥିରେ ଲୁଣ ଏବଂ ଗରମ ମସଲା ମିକ୍ସ କରିଦିଅନ୍ତୁ। ଧନିଆ ପତ୍ରରେ ଏହାକୁ ଗାର୍ନିସ କରି ସର୍ଭ କରନ୍ତୁ।