ବାପା-ମା’ ଅର୍ଡର କଲେନି ପିଜ୍ଜା, ଫାଶୀ ଲଗାଇ ଆତ୍ମହତ୍ୟା କଲା ଝିଅ

ବାପା-ମା’ ଅର୍ଡର କଲେନି ପିଜ୍ଜା, ଫାଶୀ ଲଗାଇ ଆତ୍ମହତ୍ୟା କଲା ଝିଅ
ବାପା-ମା’ ଅର୍ଡର କଲେନି ପିଜ୍ଜା, ଫାଶୀ ଲଗାଇ ଆତ୍ମହତ୍ୟା କଲା ଝିଅ

ଉତ୍ତରପ୍ରଦେଶ ୧୪/୧୦: ଆଜିର ସମୟରେ ପିଲାମାନଙ୍କ ଭିତରେ ଅନେକ ଆକ୍ରୋଶ ଦେଖାଯାଉଛି। ଛୋଟ ପିଲା ମଧ୍ୟ ଅତ୍ୟଧିକ କ୍ରୋଧିତ ପ୍ରକୃତିର ହୋଇଗଲେଣି। ଛୋଟ ଛୋଟ କଥାରେ ପିଲାଙ୍କ ଭିତରେ ଏତେ କ୍ରୋଧ ଦେଖାଯାଉଛି ଯେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଯୁବକଙ୍କ ମଧ୍ୟରେ ବି ଧୈର୍ଯ୍ୟର ଅଭାବ ରହିଛି। ଉଦାସୀନତା ଏବଂ କ୍ରୋଧରେ ସେ ନିଜ ଜୀବନ ହାରିବାକୁ ବି ପଛଘୁଞ୍ଚା ଦେଉନାହାଁନ୍ତି । ୟୁପିରୁ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଡାକ୍ତରୀ ଛାତ୍ରୀ କେବଳ ଗୋଟିଏ ପିଜା ପାଇଁ ନିଜ ଜୀବନ ଦେଇଦେଇଛନ୍ତି।

ଏହି ମାମଲା ୟୁପିର ଲଲିତପୁର ଜିଲ୍ଲାର ବୋଲି ଜଣାପଡିଛି। ତଲାବପୁରା ଅଞ୍ଚଳରେ ରହୁଥିବା ୧୮ ବର୍ଷିୟା ଶିଖା ସୋନି, ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁର କାରଣ ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଶିଖାଙ୍କ ବାପା ପୋଲିସକୁ କହିଛନ୍ତି ଯେ ତାଙ୍କ ଝିଅ ବହୁତ ଛୋଟ କଥା ପାଇଁ ନିଜକୁ ଫାଶୀ ଦେଇଦେଇଛି।

ବାପା ମୋହନ ଲାଲ ସୋନି କହିଛନ୍ତି, ତାଙ୍କ ଝିଅ ମୃତ୍ୟୁର ଦୁଇ ଦିନ ପୂର୍ବରୁ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ସେହି ଦିନଠାରୁ ସେ ପିଜା ଖାଇବାକୁ ମାଗୁଥିଲେ। ଜନ୍ମଦିନରେ ବ୍ୟସ୍ତ ଥିବାରୁ ପରଦିନ ଅର୍ଡର କରିବାକୁ କୁହାଯାଇଥିଲା। କିନ୍ତୁ ଏହା ପରେ ଦୁଇ ଦିନ ଧରି କୌଣସି କାରଣରୁ ପିଜା ଅର୍ଡର ହୋଇପାରିନଥିଲା। ଏହି କାରଣରୁ ଶିଖା ରାଗିଯାଇ ରାତିରେ ନିଜ କୋଠରୀରେ ଫାଶୀ ଲଗାଇଛନ୍ତି। କେବଳ ଗୋଟିଏ ପିଜା ପାଇଁ ଝିଅର ମୃତ୍ୟୁ ପରେ ପରିବାର ସଦସ୍ୟଙ୍କ ଅବସ୍ଥା କାନ୍ଦି କାନ୍ଦି ଖରାପ ହୋଇଗଲାଣି।