Friday, September 25, 2026
24.2 C
Odisha

    ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦୀ; ଜନସଭାକୁ କରିବେ ସମ୍ବୋଧିତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ପହଞ୍ଚିଛନ୍ତି। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ମୋଦୀ ପହଞ୍ଚିଲା ପରେ ମୋଦୀଙ୍କୁ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝ, ଉପମୁଖ୍ୟମନ୍ତ୍ରୀ କନକ ବର୍ନ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ବିଧାୟକ (ଏକାମ୍ର) ବାବୁ ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ ଓ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ବିମାନବନ୍ଦରରୁ ବାହାରିଲା ‌ପରେ ହାତ ହଲାଇ ତାଙ୍କ ସମର୍ଥକମାନଙ୍କୁ ଅଭିବାଦନ ଜଣାଇଛନ୍ତି। ସେ ବିମାନବନ୍ଦର ନିକଟରେ ଏକ ଜନସଭାକୁ ସମ୍ବୋଧିତ କରିବେ। ଏହା ପରେ ସେଠାରୁ ରାଜଭବନକୁ ଯିବେ। ପ‌ରେ ସେ ଆଜି ସନ୍ଧ୍ୟା ୬ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ  ଯାଇ ସେଠାରେ ୨ ଘଣ୍ଟା ପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ମନ୍ତ୍ର ଦେବେ। ରାଜଭବନରେ ରାତ୍ରୀଯାପନ କରିବେ। ଡିଜିପି ସମ୍ମିଳନୀ ପାଇଁ କମିସନରେଟ ପୁଲିସ ପକ୍ଷରୁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରର ମୁଖ୍ୟ ଛକଗୁଡ଼ିକରେ ବିଏସ୍‌ଏଫ୍‌, ସିଆରପିଏଫ୍‌ ଯବାନଙ୍କ ସମେତ ସୁରକ୍ଷାବାହିନୀର ଅନ୍ୟ କର୍ମଚାରୀ ମୁତୟନ ହୋଇଛନ୍ତି। ମୋଦୀଙ୍କ ଗସ୍ତକୁ ନେଇ ଭୁବନେଶ୍ୱରର ବିଭିନ୍ନ ରୁଟ୍‌ରେ ଟ୍ରାଫିକ କଟକଣା କରାଯାଇଛି। ମୋଦୀଙ୍କ ଝଲକ ଟିକେ ପାଇବା ପାଇଁ ବିମାନବନ୍ଦର ଠାରୁ ଆରମ୍ଭ କରି ଲୋକସେବା ଭବନ ପର୍ଯ୍ୟନ୍ତ ରାସ୍ତାକଡ଼ରେ ସମର୍ଥକମାନେ ଭିଡ଼ ଲଗାଇବା ଆରମ୍ଭ କରିଦେଇଛନ୍ତି।

    ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ  ପହଞ୍ଚି ଥିଲେ। ଏଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ସ୍ବାଗତ ଜଣାଇଥିଲେ। ଏହା ପରେ ଶ୍ରୀ ଶାହ ସିଧାସଳଖ ଲୋକସେବା ଭବନରେ ପହଞ୍ଚି ଆନୁଷ୍ଠାନିକ ଭାବେ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ରାତି ୮ଟା ପର୍ଯ୍ୟନ୍ତ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ। ବୈଠକ ସରିବା ପରେ ଶ୍ରୀ ଶାହ ଆଇପିଏସ୍ ମେସ୍‌କୁ ଯାଇ ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    96 %
    5.6kmh
    100 %
    Fri
    26 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ