ଲଞ୍ଚ୍ ହେଲା ୭୫ ଟଙ୍କିଆ କଏନ

ଲଞ୍ଚ୍  ହେଲା  ୭୫ ଟଙ୍କିଆ କଏନ

୧୦୦ ଟଙ୍କା ପରେ ଏବେ ୭୫ ଟଙ୍କାର କଏନ ଲଂଚ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖାଦ୍ୟ ଓ କୃଷି ସଂଗଠନର ୭୫ ତମ ବାର୍ଷିକୀ ଅବସରରେ ଏହି ୭୫ ଟଙ୍କାର ମୁଦ୍ରା ଲଂଚ କରିଛନ୍ତି । ଏହା ସହିତ ନିକଟରେ ବିକଶିତ ୮ଟି ଫସଲର ୧୭ଟି ଜୈବ-ସମ୍ବର୍ଦ୍ଧିତ କିସମ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି। ଏହି ସମୟରେ ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି ଯେ ଦେଶବ୍ୟାପି ଯେଉଁମାନେ ଅପପୋଷଣ ଦୂର କରିବା ପାଇଁ ଲଗାତାର କାମ କରୁଛନ୍ତି ସେ ତାଙ୍କୁ ମଧ୍ୟ ଶୁଭକାମନା ଜଣାଉଛନ୍ତି। ସାରା ଦୁନିଆରେ ଆଜି FAOର ବାର୍ଷିକୀ ପାଳନ କରାଯାଉଛି। କିଛି ଦିନ ତଳେ ଅର୍ଥାତ୍ ଅକ୍ଟୋବର ୧୨ ତାରିଖରେ ପ୍ରଧାନମନ୍ତ୍ରୀ ବିଜୟରାଜେ ସିନ୍ଧିଆଙ୍କ ସ୍ମୃତିରେ ୧୦୦ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିଥିଲେ।

ତେବେ ଆଜି ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ ଅବସରରେ ମୋଦି କୁପୋଷଣ ଓ ଖାଦ୍ୟାଭାବ ବିରୋଧରେ ଲଢ଼ିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ମୋଦି କହିଛନ୍ତି, କରୋନା ମହାମାରୀ ସମୟରେ ଗତ ୭-୮ ମାସ ଭିତରେ ଭାରତରେ ପ୍ରାୟ ୮୦ କୋଟି ଗରିବଙ୍କୁ ମାଗଣାରେ ରାସନ୍ ଯୋଗାଇ ଦିଆଯାଇଛି। ଏପରିକି ଏହା ମଧ୍ୟରେ ଭାରତରେ ପ୍ରାୟ ଦେଢ଼ କୋଟି ଲକ୍ଷ ଟଙ୍କାର ଖାଦ୍ୟ ଗରିବଙ୍କୁ ମାଗଣାରେ ବଣ୍ଟନ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତର କୃଷକ,ଆମ କୃଷି ବୈଜ୍ଞାନିକ,ଅଙ୍ଗନଓ୍ବାଡ଼ି ଏବଂ ଆଶାକର୍ମୀ,ଅପପୋଷଣ ବିରୋଧରେ ଆନ୍ଦୋଳନର ମଜବୁତ କିଲ୍ଲା। ସେମାନେ ନିଜ ପରିଶ୍ରମ ବଳରେ ଦେଶର ଅନ୍ନ ଭଣ୍ଡାର ଭରିଥିବାବେଳେ ଗରିବମାନଙ୍କ ନିକଟକୁ ପହଞ୍ଚିବାରେ ସରକାରଙ୍କୁ ବହୁତ ସାହାଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏଫଏଓ ଗତ ଦଶକରେ ଅପପୋଷଣ ବିରୁଦ୍ଧରେ ଭାରତର ଯୁଦ୍ଧକୁ ଅତ୍ୟନ୍ତ ନିକଟରୁ ଦେଖିଥିଲେ।