ପୋଲ ଉପରେ ଚାଲୁଛି ୩ ଫୁଟର ପାଣି, ଯାତାୟତ ବାଧାପ୍ରାପ୍ତ

ପୋଲ ଉପରେ ଚାଲୁଛି ୩ ଫୁଟର ପାଣି, ଯାତାୟତ ବାଧାପ୍ରାପ୍ତ
ପୋଲ ଉପରେ ଚାଲୁଛି ୩ ଫୁଟର ପାଣି, ଯାତାୟତ ବାଧାପ୍ରାପ୍ତ

ପାଟଣା ୧୫।୦୯: ଜାରି ରହିଛି ଲଗାଣ ବର୍ଷା । ଗୋହିରା ନାଳ ପୋଲ ଉପରେ ବୋହୁଛି ୩ ଫୁଟ୍‌ର ପାଣି ।  ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅନେକ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ଖବର ଅନୁଯାଯୀ, ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ଜଳ ପ୍ରବାହିତ ହେଉଛି। ବୁଧବାର ରାତିରେ ସାହାରପଡା ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଗୋଜାପଥର ନିକଟରେ ଗୋହିରା ନାଳ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ପୋଲ ଉପରେ ବନ୍ୟା ଜଳ ପ୍ରବାହିତ  ହେଉଥିବାରୁ ବ୍ଲକର ୩ ଟି ପଞ୍ଚାୟତ ର ୨୦ରୁ ଅଧିକ ଗ୍ରାମକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।