ପୁଣି ଶଙ୍କଟରେ ନେପାଳର ଓଲି ସରକାର...

ପୁଣି ଶଙ୍କଟରେ ନେପାଳର ଓଲି ସରକାର...

ନେପାଳରେ ପୁଣି ରାଜନୈତିକ ଶଙ୍କଟ ଦେଖାଦେଇଛି । କେ ପି ଶର୍ମା ଓଲିଙ୍କ ନେତୃତ୍ୱ ନେପାଳ ସରକାର ସଂଖ୍ୟାଗରିଷ୍ଠତା ବଜାୟ ରଖିବାରେ ଅସମର୍ଥ ହୋଇଛନ୍ତି । ଖବର ଅନୁସାରେ ପୁଷ୍ପକୁମଲ ଦହଲ (ପ୍ରଚଣ୍ଡ)ଙ୍କ ନେତୃତ୍ୱ ସିପିଏନ୍‌ ଓଲି ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ନେଇ ନେପାଳ ସଂସଦୀୟ ସଚିବଙ୍କ ନିକଟକୁ ପତ୍ର ଲେଖିଛନ୍ତି । ଏଭଳି ଅପ୍ରତ୍ୟାଶିତ ସ୍ଥିତିର ଫାଇଦା ଉଠାଇ ସିପିଏମ୍‌ର ବରିଷ୍ଠ ନେତା ଦେବ ଗୁରଙ୍ଗ ପ୍ରକାଶ କରିଛନ୍ତି ଯେ, ଏବେ ସଂଖ୍ୟାଲଘୁ ଓଲିଙ୍କ ନେତୃତ୍ୱ ସରକାର ଶାସନ ଗାଦିରେ ବସିବାର ଯଥାର୍ଥତା ନାହିଁ ଏବଂ ଓଲିଙ୍କ ନେତୃତ୍ୱ ସରକାର ଦେଶର ଶାସନଭାର ସମ୍ଭାଳିବା ସମ୍ୱିଧାନ ନିୟମର ଖୋଲା ଉଲ୍ଲଙ୍ଘନ । ଏଥିସହିତ ନେପାଳ ସିପିଏମ୍‌ର ଏହି ବରିଷ୍ଠ ନେତା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ, ଓଲି ସରକାରଙ୍କ କାର୍ଯ୍ୟ ଗଣତାନ୍ତ୍ରିକ ପରମ୍ପରା ଓ ଜାତୀୟ ସାର୍ବଭୌମତ୍ୱର ଅସ୍ଥିତ୍ୱକୁ ଉପହାସ ସଦୃଶ ପ୍ରତୀତ ହେଉଅଛି । ଏଠାରେ ସୂଚନାଯୋଗ୍ୟ, ଦହଲଙ୍କ ସମର୍ଥନ ପ୍ରତ୍ୟାହାର ପରେ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ମୁଖ୍ୟ ବିରୋଧୀ ଦଳ ନେତା ନେପାଳ କଂଗ୍ରେସର ସଭାପତି ଶେର ବାହାଦୁର ଦେଉବାଙ୍କ ସମର୍ଥନ ପ୍ରାପ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି, ତେବେ ସେ ଯାହା ହେଉ ନେପାଳର ରାଜନୈତିକ ସ୍ଥିତି ଆଉ କିଛି ଦିନ ମଧ୍ୟରେ ସ୍ପଷ୍ଟ ହେଇଯିବ, ଏଥିରେ ସନ୍ଦେହ ନାହିଁ ।