ବିଧାନସଭା ନିର୍ବାଚନକୁ ନେଇ ସଂଶୋଧିତ ନିୟମାବଳୀ ଜାରି

ବିଧାନସଭା ନିର୍ବାଚନକୁ ନେଇ ସଂଶୋଧିତ ନିୟମାବଳୀ ଜାରି

ଆଗାମୀ ଦୁଇ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ପାଇଁ ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛନ୍ତି। ସଂଶୋଧିତ ନିୟମାବଳୀ ଅନୁଯାୟୀ, ନିମ୍ନଲିଖିତ ସର୍ତ୍ତରେ ଦୁଇଟି ନିର୍ବାଚନମଣ୍ଡଳୀରେ ରାଜନୈତିକ ବୈଠକ, କାର୍ଯ୍ୟ ଏବଂ ସମାବେଶକୁ ଅନୁମତି ଦିଆଯିବ: ବନ୍ଦ ସ୍ଥାନ ପାଇଁ ଅନ୍ୟାନ୍ୟ ସର୍ତ୍ତ ମଧ୍ୟ ଏଠାରେ ପ୍ରଯୁଜ୍ୟ ହେବ ।

ଜିଲ୍ଲା ମାଜିଷ୍ଟ୍ରେଟ୍ ରାଜନୈତିକ ବୈଠକ ଆୟୋଜନ ପାଇଁ ସର୍ତ୍ତଗୁଡିକର କଡାକଡି ପାଳନକୁ ନିଶ୍ଚିତ କରିବେ ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ନିର୍ଦେଶ ରହିଛି ।

ସୂଚନାଯୋଗ୍ୟ ଯେ ଆସନ୍ତା ନଭେମ୍ବରରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହେବାକୁ ଅଛି ।