ପିପିଲି ଉନିର୍ବାଚନ: ବିଜେପି ପତାକା ଚିରିବା ସହ ପ୍ରଚାର ଗାଡ଼ି ଭଙ୍ଗାରୁଜା ଅଭିଯୋଗ

ପିପିଲି ଉନିର୍ବାଚନ: ବିଜେପି ପତାକା ଚିରିବା ସହ ପ୍ରଚାର ଗାଡ଼ି ଭଙ୍ଗାରୁଜା ଅଭିଯୋଗ

ପିପିଲି ଉନିର୍ବାଚନ ପାଇଁ ଗତକାଲିଠାରୁ ଆରମ୍ଭ ହୋଇଛି ପ୍ରଚାର, ମାଳମାଳ ଗାଡ଼ି ସାଙ୍ଗକୁ ଗଣ୍ଡାଗଣ୍ଡା ନେତା ଗଦା ହୋଇଛନ୍ତି। ତେବେ ନିର୍ବାଚନ ପୂର୍ବରୁ ପିପିଲିରେ ରାଜନୈତିକ ଅଶାନ୍ତି ଦେଖା ଦେଇଛି। ବିଜେପି ପତାକା ଚିରିବା ଓ ପ୍ରଚାର ଗାଡ଼ିକୁ ଭଙ୍ଗାରୁଜା ଅଭିଯୋଗରେ ରାସ୍ତାରୋକ କରିଛନ୍ତି ବିଜେପି କର୍ମୀ । ପିପିଲି କଣ୍ଟି ବାରିମୂଳ ଛକରେ ପ୍ରଚାର ଗାଡି ଡ୍ରାଇଭରଙ୍କୁ ବିଜେଡ଼ି କର୍ମୀ ଆକ୍ରମଣ କରିବା ଅଭିଯୋଗରେ ପିପିଲି-ଜଟଣୀ ରାସ୍ତା ଅବରୋଧ କରିଥିଲେ ବିଜେପି କର୍ମୀ । ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧରୁ ହଟିଥିଲେ ବିଜେପି କର୍ମୀ। ସେପଟେ ଏ ଘଟଣା ନେଇ ପ୍ରତିକ୍ରିୟା ରଖିଛି ବିଜେପି । ଯଦି ଏଭଳି ଆଚରଣ ଜାରି ରହେ ପିପିଲି ଉପନିର୍ବାଚନରେ ବିଜେଡିର କୌଣସି ପ୍ରଚାର ଗାଡି ପ୍ରଚାର କରିପାରିବ ନାହିଁ ବୋଲି କହିଛି ବିଜେପି ।