୨୦୨୪ ସାଧାରଣ ନିର୍ବାଚନ ଲଢିବେନି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ

୨୦୨୪ ସାଧାରଣ ନିର୍ବାଚନ ଲଢିବେନି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ

୨୦୨୪ ସାଧାରଣ ନିର୍ବାଚନ ଲଢିବେ ନାହିଁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଆଜି ପ୍ରେସମିଟ୍ କରି ନିଜେ ପ୍ରସାଦ ହରିଚନ୍ଦନ ଦେଲେ ସୂଚନା । ସେ କହିଛନ୍ତି, ଅନ୍ୟ ଦଳକୁ ଯିବା ନେଇ ଯେଉଁ ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା। ପ୍ରସାଦଙ୍କ ଗତି ସ୍ଥିର, ସେ ବିଜେପି କି ବିଜେଡିକୁ ଯିବେନାହିଁ । ମୁଁ ବେପାରୀ ନୁହେଁ । ମୁଁ କଂଗ୍ରେସର ପ୍ରଚାର ଓ ପ୍ରସାର କରିବି । ମୋ ପାଖରେ ଖଣି ନାହିଁ, କାଗଜ ନାହିଁ କି ଟିଭି ନାହିଁ। ଯେଉଁମାନେ ମୋ ବିଷୟରେ ଅପପ୍ରଚାର କରୁଛନ୍ତି ସେମାନେ କିଭଳି ବେପାର କରୁଛନ୍ତି ତାର ପୁରା ଦସ୍ତାବିଜ ଖୁବଶୀଘ୍ର ପ୍ରକାଶ କରିବି । ଏହି ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସହ ଅଛି । କିନ୍ତୁ ମୋ ଢଙ୍ଗରେ ପ୍ରଚାର ପ୍ରସାର କରିବି । ଗତ କିଛି ଦିନ ହେବ ଅନେକ ନେତା କଂଗ୍ରେସ ଦଳ ଛାଡିଥିବା ବେଳେ ପ୍ରସାଦଙ୍କ ଅନ୍ୟ ଦଳ ଡ଼ିଆଁ ନେଇ ଚର୍ଚ୍ଚା ହେଉଥିଲା।