୧୦୦ ଲକ୍ଷ କୋଟିର ଜାତୀୟ ମାଷ୍ଟର ପ୍ଲାନ୍‌ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

୧୦୦ ଲକ୍ଷ କୋଟିର ଜାତୀୟ ମାଷ୍ଟର ପ୍ଲାନ୍‌ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ୧୦୦ ଲକ୍ଷ କୋଟିର ଜାତୀୟ ଗତି ଶକ୍ତି ମାଷ୍ଟର ପ୍ଲାନ୍‌ ଶୁଭାରମ୍ଭ କରିଛନ୍ତି। ରେଳ ଏବଂ ସଡକ ସମେତ ୧୬ ଟି ମନ୍ତ୍ରଣାଳୟକୁ ସଂଯୋଗ କରୁଥିବା ଏହା ଏକ ଡିଜିଟାଲ୍ ପ୍ଲାଟଫର୍ମ। ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏ ସମ୍ବନ୍ଧରେ ସୂଚନା ଦେଇ କହିଛନ୍ତି ଯେ, ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଭିତ୍ତିଭୂମି ସଂଯୋଗ ପ୍ରକଳ୍ପର ସମନ୍ୱିତ ଯୋଜନା ଏବଂ ସମନ୍ୱିତ କାର୍ଯ୍ୟକାରିତାକୁ ପ୍ରୋତ୍ସାହିତ କରିବା। ଏହି ବିଭାଗରେ ରେଳବାଇ, ପେଟ୍ରୋଲିୟମ, ଶକ୍ତି, ବିମାନ ଚଳାଚଳ, ସଡକ ପରିବହନ, ଜାହାଜ, ଆଇଟି, ଟେକ୍ସଟାଇଲ ଇତ୍ୟାଦି ୧୬ ଟି ମନ୍ତ୍ରଣାଳୟକୁ ଅନ୍ତର୍ଭୁକ୍ତ କରାଯାଇଛି। ସମସ୍ତ ପ୍ରକଳ୍ପକୁ ଜିଏସ୍ ମୋଡରେ ରଖାଯାଇଛି, ଯାହା ୨୦୨୪-୨୫ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରଖାଯାଇଛି।ଏହି ଯୋଜନାରେ ଦେଶର ଭିତ୍ତିଭୂମିକୁ ମଜବୁତ କରାଯିବା ସହିତ ରେଳବାଇ ଏବଂ ସଡକ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ। ସେହିପରି ବିମାନ ଯାତ୍ରା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ତଥା ବିମାନବନ୍ଦର ସଂଯୋଗ, ଜଳପଥ ବିକାଶ, ସହରରେ ସ୍ମାର୍ଟ କନେକ୍ଟିଭିଟି, ଇ-ହାଇଓ୍ବେ ଆଦି ପ୍ରକଳ୍ପ ଏଥିରେ ଅନ୍ତର୍ଭୁକ୍ତ ହୋଇଛି।ସମସ୍ତ ବିଭାଗ ମଧ୍ୟରେ ସମନ୍ବୟ ସୃଷ୍ଟି କରି ବିକାଶ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।