ଇସ୍ତଫା ଦେଲେ ମାଲେସିଆ ପ୍ରଧାନମନ୍ତ୍ରୀ

ଇସ୍ତଫା ଦେଲେ ମାଲେସିଆ ପ୍ରଧାନମନ୍ତ୍ରୀ
photo by time

ଇସ୍ତଫା ଦେଲେ  ମାଲେସିଆ ପ୍ରଧାନମନ୍ତ୍ରୀ ମୁହିଉଦ୍ଦୀନ ୟାସୀମ । କ୍ଷମତା ସମ୍ଭାଳିବାର ୧୮ ମାସରୁ କମ ସମୟ ପୂର୍ବରୁ ସୋମବାର ମାଲେସିଆର ନରେଶଙ୍କୁ ଦେଇଛନ୍ତି  ଇସ୍ତଫା । ସେ ଦେଶର କ୍ଷମତାରେ ସବୁଠୁ କମ ସମୟ ରହିଥିବା ନେତା ବନିଛନ୍ତି । ମାର୍ଚ୍ଚ ୨୦୨୦ରେ ସେ ପ୍ରଧାନମନ୍ତ୍ରୀ ବନିଥିଲେ ।

ଏହାପୂର୍ବରୁ ସେ ସ୍ୱୀକାର କରିଥିଲେ ଯେ, ଶାସନ କରିବା ପାଇଁ ଆବଶ୍ୟକ ବହୁମତ ସମର୍ଥନ ସେ ହାସଲ କରିନାହାନ୍ତି । କରୋନା ମହାମାରୀ ସହ ଲଢୁଥିବା ଦେଶରେ ଏବେ ରାଜନୀତିକ ସଂକଟ ବି ଆସି ଯାଇଛି । ନେତାଙ୍କ ମଧ୍ୟରେ ଶୀର୍ଷ ପଦ ପାଇଁ ଟଣାଓଟରା ବି ଆରମ୍ଭ ହୋଇସାରିଛି ଏବଂ ଉପ ପ୍ରଧାନମନ୍ତ୍ରୀ ଇସମାଇଲ ସାବରୀ ସମର୍ଥନ ଏକତ୍ରିତ କରୁଛନ୍ତି । ମୁହିଉଦ୍ଦୀନ ଏମିତି ସମୟରେ ଇସ୍ତପା ଦେଇଛନ୍ତି, ଯେତେବେଲେ ମହାମାରୀକୁ ଠିକ ଭାବରେ ତୁଲାଇ ନପାରିବାରୁ ଜନଅସନ୍ତୋଷ ବୃଦ୍ଧି ପାଇଥିଲା ।