ନିକଙ୍କଠୁ ଛାଡପତ୍ର ନେବେ ଗୁଜବର ଏମିତି ଜବାବ ଦେଲେ ପ୍ରିୟଙ୍କା

ନିକଙ୍କଠୁ ଛାଡପତ୍ର ନେବେ ଗୁଜବର ଏମିତି ଜବାବ ଦେଲେ ପ୍ରିୟଙ୍କା

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ଯୋଡିକୁ ସବୁଠି ବେଶ ପ୍ରଶଂସା କରାଯାଏ। ବୟସର ତାରତମ୍ୟ ଅଧିକ ରହିଥିଲେ ହେଁ ତାଙ୍କୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। କିନ୍ତୁ ବର୍ତ୍ତମାନ ଉଭୟଙ୍କ ସମ୍ପର୍କକୁ ନେଇ ଆଶ୍ଚର୍ଯ୍ୟଜନକ ଖବର ସମ୍ନାକୁ ଆସିଛି। ସୋମବାର ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟା ବାୟୋରେ ପରିବର୍ତ୍ତନ କରିଛନ୍ତି । ଏହି ପରିବର୍ତ୍ତନ ପରେ, ଏବେ ସେମାନଙ୍କ ସମ୍ପର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଉଭୟଙ୍କ ଛାଡପତ୍ର ନେଇ ଚର୍ଚ୍ଚା ହେଉଛି। ବାସ୍ତବରେ, ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ବାୟୋରୁ ସ୍ୱାମୀଙ୍କ ସରନେମ୍ 'ଜୋନାସ୍' କୁ ହଟାଇ ଦେଇଛନ୍ତି।ପ୍ରିୟଙ୍କାଙ୍କ ଏହି ପରିବର୍ତ୍ତନ ପ୍ରଶଂସକ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରୁଛି। ନିକ୍ ଏବଂ ପ୍ରିୟଙ୍କାଙ୍କ ସଂପର୍କରେ ବିବାଦ ଦେଖାଦେଇଛି ବୋଲି ସୋସିଆଲ ମିଡ଼ିଆ ବ୍ୟବହାରକାରୀମାନେ ଅନୁମାନ କରୁଛନ୍ତି। କେହି କେହି ବିଶ୍ୱାସ କରୁଛନ୍ତି ଯେ ଉଭୟ ଛାଡପତ୍ର ନେବାକୁ ଯାଉଛନ୍ତି। ଉଲ୍ଲେଖଥାଉ କି, ପ୍ରିୟଙ୍କା ଇନଷ୍ଟା ବାୟୋରୁ ସ୍ୱାମୀ ନିକ ଜୋନାସଙ୍କ ସହ ତାଙ୍କ ସରନେମ୍ 'ଚୋପ୍ରା' କୁ ମଧ୍ୟ ହଟାଇ ଦେଇଛନ୍ତି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏବଂ ପ୍ରଶଂସକମାନେ ଏଥିରେ ବିରକ୍ତ ହୋଇ ରିଟୁଇଟ୍ କରୁଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, 'ମୁଁ କହିବାକୁ ଚାହୁଁଥିଲି ଯେ ଏମିତି ହୋଇପାରିବନି ନିକ ଏବଂ ପ୍ରିୟଙ୍କାଙ୍କ ବ୍ରେକଅପ୍ ହୋଇଯାଇଛି। ଦୁହେଁ ଦୀପାବଳିରେ ଏକାଠି ଦେଖାଦେଇଥିଲେ। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ମୁଁ ଭୁଲ୍ ଅଟେ। ଅନ୍ୟ ଜଣେ ଉପଭୋକ୍ତା ପଚାରିଥିଲେ, 'ନିକ ଏବଂ ପ୍ରିୟଙ୍କା ଛାଡପତ୍ର ନେଇଛନ୍ତି କି?' ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'ମୁଁ କହୁଛି ନିକ ଏବଂ ପ୍ରିୟଙ୍କାଙ୍କ ସମ୍ପର୍କରେ କିଛିତ ଗଡ଼ବଡ ଅଛି। ସେ କ୍ଲିଭଲାଣ୍ଡରେ ଥିବାବେଳେ ମଧ୍ୟ ମୁଁ ଏହା କହିଥିଲି। ତାଙ୍କ ପୁରା ପରିବାର ତାଙ୍କ ସହ ଥିଲେ, କିନ୍ତୁ ତାଙ୍କ ପତ୍ନୀ ପ୍ରିୟଙ୍କା ସେଠାରେ ନଥିଲେ।

ଚଳିତ ବର୍ଷ ଦିୱାଲୀ ଅବସରରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଦୁହେଁ ଏକାଠି କିଣିଥିବା ନୂଆ ଘରେ ଦୀପାବଳି ପାଳନ କରିଥିଲେ। ହଲିଉଡର ଅନେକ ଜଣାଶୁଣା ସେଲିବ୍ରେଟ୍ ଏହି ଉତ୍ସବରେ ସାମିଲ ଥିଲେ। ପ୍ରିୟଙ୍କା ତାଙ୍କ ଦିୱାଲୀ ପାର୍ଟିର ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯାହା ବେଶ ଭାଇରାଲ ହୋଇଥିଲା । ତେବେ ଏହାର ଜବାବ ଦେଇ ସବୁ କିଛି ଗୁଜବ ବୋଲି ପ୍ରିୟଙ୍କା ସ୍ପଷ୍ଟ କରିଛନ୍ତି। ନିକ ଜୋନାସ ଆଜି ଇନଷ୍ଟାଗ୍ରାମରେ ତାଙ୍କ ୱାର୍କଆଉଟର ଏକ ଭିଡିଓ ସେୟାର କରିଥିବା ବେଳେ ପ୍ରିୟଙ୍କା ସେହି ପୋଷ୍ଟରେ କମେଣ୍ଟ ଦେଇଛନ୍ତି, ଯାହା ଛାଡପତ୍ରର ଗୁଜବକୁ ଖଣ୍ଡନ କରିଛି। ଅଭିନେତ୍ରୀ କମେଣ୍ଟରେ ଲେଖିଛନ୍ତି, ‘ଡ୍ୟାମ୍! ମୁଁ ତୁମ ବାହୁରେ ମରିବାକୁ ଚାହୁଁଛି।’ ଏହା ସହିତ ସେ ଆଖିରେ ପ୍ରେମ ଏବଂ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି। ପ୍ରିୟଙ୍କାଙ୍କ ଏହି କମେଣ୍ଟ ଲୋକଙ୍କ ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପକେଇବାକୁ ଯଥେଷ୍ଟ।ଏହାପୂର୍ବରୁ, ଅଭିନେତ୍ରୀଙ୍କ ମା ମଧୁ ଚୋପ୍ରା ପ୍ରିୟଙ୍କା-ନିକଙ୍କ ଛାଡପତ୍ର ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ସୋସିଆଲ ମିଡିଆରେ ଝିଅ ପ୍ରିୟଙ୍କା ଏବଂ ନିକଙ୍କ ବୈବାହିକ ଜୀବନରେ ଚାଲିଥିବା ସମସ୍ୟା କଥା ମିଛ ଏହା ସମ୍ପୂର୍ଣ୍ଣ ଗୁଜବ। ସେ କହିଛନ୍ତି, ‘ଏହା ସବୁ ବେକାର କଥା, ଗୁଜବ ପ୍ରଚାର କର ନାହିଁ।’