ନିର୍ବାଚନ ମୈଦାନକୁ ଓହ୍ଲାଇବେ ପ୍ରିୟଙ୍କା ଗାନ୍ଧୀ !

ନିର୍ବାଚନ ମୈଦାନକୁ ଓହ୍ଲାଇବେ ପ୍ରିୟଙ୍କା ଗାନ୍ଧୀ !
timesofindia

ପ୍ରଥମ ଥର ପାଇଁ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବେ ପ୍ରିୟଙ୍କା ଗାନ୍ଧୀ ! ଯୋଗୀଙ୍କୁ ଦେବେ କଡ଼ା ଟକ୍କର। ଏଥିପାଇଁ ଉତ୍ତର ପ୍ରଦେଶରେ ରାଜନୈତିକ ରଣନୀତି ପ୍ରସ୍ତୁତି ଚାଲିଛି। ଉତ୍ତରପ୍ରଦେଶରେ ଦଳର ମଙ୍ଗ ଧରିଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବା ନେଇ ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ପ୍ରିୟଙ୍କା କଂଗ୍ରେସର ପୁରୁଣା ଗଡ଼ ଆମେଥିରୁ ନିର୍ବାଚନ ଲଢ଼ିପାରନ୍ତି। ଭାଇ ରାହୁଲ ଗାନ୍ଧୀଙ୍କ ପରାଜୟର ପ୍ରତିଶୋଧ ନେବା ପାଇଁ ଓ ବିଜେପିର ସ୍ମୃତି ଇରାନୀଙ୍କୁ କଡ଼ା ଟକ୍କର ଦେବାକୁ ସେ ଏଠାରୁ ନିର୍ବାନଚ ଲଢ଼ିପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି।

ଅନ୍ୟପଟେ ରାଜନୀତିର ଚାଣକ୍ୟ ପ୍ରଶାନ୍ତ କିଶୋର ମଧ୍ୟ ପ୍ରିୟଙ୍କାକୁ ଅମେଠି କିମ୍ବା ରାୟବରେଲୀରୁ ନିର୍ବାଚନ ଲଢ଼ିବା ନେଇ ପ୍ରସ୍ତାବ ଦେଇଥିବା ଶୁଣିବାକୁ ମିଳୁଛି। ତେବେ ଏ ନେଇ କୌଣସି ଚୂଡ଼ାନ୍ତ ଘୋଷଣା ହୋଇନଥିବା ବେଳେ ପ୍ରିୟଙ୍କା ମଧ୍ୟ ଏସମ୍ପର୍କରେ କୌଣସି ସୂଚନା ଦେଇ ନାହାଁନ୍ତି।

ଯଦି ପ୍ରିୟଙ୍କା ଆସନ୍ତା ବର୍ଷ ୟୁପି ବିଧାନସଭା ନିର୍ବାଚନ ଲଢ଼ନ୍ତି, ତେବେ ଗାନ୍ଧୀ ପରିବାରର ପ୍ରଥମ ସଦସ୍ୟ ଭାବେ ସେ ବିଧାନସଭାରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ପୂର୍ବରୁ ଗାନ୍ଧୀ ପରିବାରରୁ କୌଣସି ସଦସ୍ୟ ବିଧାନସଭା ନିର୍ବାଚନ ଲଢ଼ି ନାହାଁନ୍ତି। ସମସ୍ତେ ଲୋକସଭା ନିର୍ବାଚନ ଲଢିଛନ୍ତି।