Sunday, January 18, 2026
30.1 C
Odisha

    PUCC ମାମଲାରେ ରାଜ୍ୟ ସରକାରଙ୍କୁ କୈଫିୟତ ତଲବ, ଅବଧି ସରିବାର ୭ ଦିନ ମଧ୍ୟରେ କରାଯାଇ ପାରିବ ନାହିଁ ଚାଲାଣ

    ଆଗକୁ ପଢନ୍ତୁ

    କଟକ : ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ-PUCC ନେଇ ରାଜ୍ୟ ସରକାରଙ୍କ ନାହିଁ ସ୍ପଷ୍ଟ ନୀତି । ବାରମ୍ବାର ବଦଳୁଛି ନିଷ୍ପତ୍ତି । ବଢୁଛି ଜନଅସନ୍ତୋଷ । ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବା ଗାଡ଼ି ମାଲିକଙ୍କ ପାଖକୁ ଆସୁଛି ୧୦ ହଜାର ଟଙ୍କାର ଫାଇନ ନୋଟିସ । ଗାଡ଼ିର ପୁରୁଣା ଚାଲାଣ ନଭରିଲେ ପ୍ରଦୂଷଣ ସାର୍ଟିଫିକେଟ ମିଳୁନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଗାଡ଼ିର ପ୍ରଦୂଷଣ ଯାଞ୍ଚ ପାଇଁ ଅଣାଯାଇଥିବା ନୂଆ ନିୟମ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ସେପଟେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ମାମଲାର ଶୁଣାଣି କରି ଜବାବ ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୭ ଦିନ ମଧ୍ୟରେ କାହିଁକି ପଲ୍ୟୁସନ ଜରିମାନା ଆସିଲା ସେ ନେଇ ଦେବେ ଜବାବ ମଗାଯାଇଛି।ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଓ ପରିବହନ କମିଶନରଙ୍କୁ ଜବାବ ତଲବ। ଦୁଇ ସପ୍ତାହ ମଧ୍ୟରେ ଦାଖଲ କରିବେ ଜବାବ । ଜାନୁଆରୀ ୩୦ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। କୀର୍ତ୍ତିଧାରା ଦାସଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    12 %
    2.7kmh
    0 %
    Sun
    27 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ