ପୁରୀ ମୁଖ୍ୟ କେନାଲକୁ କାର୍ ଖସି ନିଖୋଜ ଥିବା ଜଣଙ୍କ ମୃତଦେହ ଉଦ୍ଧାର, ଆଉ ଜଣେ ଏବେବି ନିଖୋଜ

ପୁରୀ ମୁଖ୍ୟ କେନାଲକୁ କାର୍ ଖସି ନିଖୋଜ ଥିବା ଜଣଙ୍କ ମୃତଦେହ ଉଦ୍ଧାର, ଆଉ ଜଣେ ଏବେବି ନିଖୋଜ
ପୁରୀ ମୁଖ୍ୟ କେନାଲକୁ କାର୍ ଖସି ନିଖୋଜ ଥିବା ଜଣଙ୍କ ମୃତଦେହ ଉଦ୍ଧାର, ଆଉ ଜଣେ ଏବେବି ନିଖୋଜ

ବାଲିଅନ୍ତା ଅଟଳା ସ୍ଥିତ ପୁରୀ ମୁଖ୍ୟ କେନାଲକୁ କାର୍ ଖସିବା ଘଟଣାରେ ନିଖୋଜ ଥିବା ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ବାଲିଅନ୍ତା ଅଗ୍ନିଶମ କେନ୍ଦ୍ର ସାମ୍ନା ପୁରୀ ମୁଖ୍ୟ କେନାଲରେ ଲାଗିଥିଲା । ପରେ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତଦେହଟି କାର୍ ଡ୍ରାଇଭର ସନ୍ଦୀପ କୁମାରଙ୍କର ବୋଲି ତାଙ୍କ ସହଯୋଗୀ କର୍ମଚାରୀ ଚିହ୍ନଟ କରିଛନ୍ତି । ଘଟଣାସ୍ଥଳରେ ବାଲିଅନ୍ତା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ ନିଖୋଜ ଯୁବକଙ୍କ ପତ୍ତା ମିଳିପାରିନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ଗତ ବୁଧବାର ବିଳମ୍ବିତ ରାତି ପ୍ରାୟ ୧୨ଟାରେ ବାଲିଅନ୍ତା ଅଟଳା ସ୍ଥିତ ପୁରୀ ମୁଖ୍ୟ କେନାଲକୁ ଏକ କାର୍ ଖସି ପଡିଥିଲା । କାର୍ ଭିତରେ ଚାଳକ ସନ୍ଦୀପ କୁମାର ଏବଂ ସହଯୋଗୀ ମହେନ୍ଦ୍ର କୁମାର ଥିଲେ । ଦୀର୍ଘ ୨ ଘଣ୍ଟା ପରେ ଅଗ୍ନିଶମ ସହାୟତାରେ କ୍ରେନ ଯୋଗେ ଦୁର୍ଘଟଣା ଗ୍ରସ୍ତ କାରକୁ କେନାଲରୁ ଉଦ୍ଧାର କରିଥିଲା ପୋଲିସ । ତେବେ ଦୁର୍ଘଟଣାଗ୍ରସ୍ତ କାର୍ ମଧ୍ୟରେ କୌଣସି ବ୍ୟକ୍ତି ନଥିଲେ । ଦୁର୍ଘଟଣା ପୂର୍ବରୁ କାର୍ ମଧ୍ୟରେ ଚାଳକ ସମେତ ୨ ଜଣ ଥିବା ତାଙ୍କ ସହଯୋଗୀ ପ୍ରକାଶ କରିଥିଲେ ।