ଦଶହରାରେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ

ଦଶହରାରେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ

ଚଳିତ ବର୍ଷ ଦଶହରାରେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । ଆସନ୍ତା କାଲି ବିନା ଭକ୍ତିରେ ଦଶହରା ଅବସରରେ ଶ୍ରୀଜିଉଙ୍କ ସୁନାବେଶ କରାଯିବ।କେବଳ ଦଶହରା ନୁହେଁ ଭସାଣୀ ପାଇଁ ମଧ୍ୟ ଦିନ ୧୨ଟା ପରଠୁ ସାଧାରଣ ଦର୍ଶନ ବନ୍ଦ ରହିବ । ଶନିବାର ଦିନ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ କେବଳ ସାଧାରଣ ଦର୍ଶନ ହେବ। ଏନେଇ ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଗାପୂଜା ଭସାଣୀ ପାଇଁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଏବଂ ମରିଚିକୋଟ ଛକ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହେବ। କୋଭିଡ୍ କଟକଣା ଅନୁଯାୟୀ ରବିବାର ବି ଶ୍ରୀମନ୍ଦିର ବନ୍ଦ ରହିବ । ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ତେଣୁ ଏକ ପ୍ରକାର ୩ ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଠାକୁର ଦର୍ଶନ ବନ୍ଦ ରହିବ କହିଲେ ଭୁଲ ହେବନି। କିନ୍ତୁ ଏହି ସମୟରେ ଠାକୁରଙ୍କ ସମସ୍ତ ନିତିକାନ୍ତି ହେବ।