ରାହୁଲ ବୈଦ୍ୟଙ୍କୁ ହତ୍ୟା ଧମକ

ରାହୁଲ ବୈଦ୍ୟଙ୍କୁ ହତ୍ୟା ଧମକ

ଗାୟକ ତଥା ବିଗବସ୍‌ର ପୂର୍ବ ପ୍ରତିଯୋଗୀ ରାହୁଲ ବୈଦ୍ୟଙ୍କୁ ହତ୍ୟା ଧମକ ମିଳିଛି। ନିକଟରେ ରିଲିଜ ହୋଇଥିବା ନବରାତ୍ର ଉପରେ ତାଙ୍କ ଗୀତ 'ଗର୍‌ବେ କି ରାତ୍‌'ରେ ଧାର୍ମିକ ଭାବନାକୁ ଆଘାତ କରିଥିବା ନେଇ ତାଙ୍କୁ ଏହି ଧମକ ମିଳିଥିବା ସୂଚନା ମିଳିଛି।

ଗୀତଟିର ଭିଡିଓ ସଂସ୍କରଣ ରିଲିଜ୍ ହେବାର କିଛି ସମୟ ପରେ ସୋସିଆଲ ମିଡିଆରେ ଏହି ଗୀତ ବିରୋଧରେ ବିରୋଧ ଆରମ୍ଭ ହୋଇଥିଲା। ଏହା ପରେ ରାହୁଲଙ୍କ ଫୋନ୍‌କୁ କଲ୍‌ ଓ ମେସେଜ ମାଧ୍ୟମରେ ହତ୍ୟା ଧମକ ମିଳୁଛି। ଫଳରେ ସମାଧାନ ପାଇଁ ଏହି ଟିମ୍‌ କିଛି ଦିନ ମଧ୍ୟରେ ଗୀତଟିକୁ ସଂଶୋଧନ କରିବାକୁ ଚେଷ୍ଟା କରୁଥିବା ମତ ଦେଇଛନ୍ତି। ସେମାନେ କହିଛନ୍ତି, କୌଣସି ଧାର୍ମିକ ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ। ସବୁ ଧର୍ମକୁ ସମ୍ମାନ ଦେଉଛୁ। ଆଗାମୀ ଦିନରେ ଗୀତଟିକୁ ସଂଶୋଧନ କରାଯାଇ ପୁଣିଥରେ ଛଡ଼ାଯିବ ବୋଲି ଜଣାପଡ଼ିଛି।

ଭୁମି ତ୍ରିବେଦୀ ଏବଂ ରାହୁଲ ବୈଦ୍ଯ ଗାଇଥିବା ଏହି ଗୀତଟି ଗୁଜୁରାଟର ହିନ୍ଦୁ ଦେବୀ ଶ୍ରୀ ମୋଗଲ ମା'ଙ୍କୁ ନେଇ ଆଧାରିତ। ଏଥିରେ ରାହୁଲ ଏବଂ ନିଆ ଶର୍ମା ଅଭିନୟ କରିଛନ୍ତି । ଗୁଜୁରାଟରେ ଶ୍ରୀ ମୋଗଲ ମା ଙ୍କର ଏକ ସ୍ୱତନ୍ତ୍ର ସ୍ୱୀକୃତି ରହିଛି। ମୋଗଲ ମା'ର ଭକ୍ତମାନେ ଏହି ଗୀତରେ ତାଙ୍କ ଉଲ୍ଲେଖକୁ ପସନ୍ଦ କରୁନାହାଁନ୍ତି। ଏନେଇ ରାହୁଲ ବୈଦ୍ଯଙ୍କ ବିରୋଧରେ ସେମାନେ ଏଫଆଇଆର ଦାୟର କରିଛନ୍ତି । ଧାର୍ମିକ ବିଶ୍ୱାସକୁ ଅପମାନିତ କରିବା ଏବଂ ଭୁଲ ତଥ୍ୟ ମାଧ୍ୟମରେ ଲୋକଙ୍କୁ ଧାର୍ମିକ ଭାବନାକୁ ଆଘାତ ଦେବା ଆଧାରରେ ଜେ.କେ ରାଜପୁତ ସୁରଟରେ ଥିବା ଆମ୍ରୋଲି ପୋଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଛି। ଗୀତଟିକୁ ୟୁଟ୍ୟୁବ୍ ଚ୍ୟାନେଲରୁ ହଟାଯିବା ସହିତ ଚ୍ୟାନେଲକୁ ନିଷିଦ୍ଧ କରାଯିବା ପାଇଁ ଏଫଆଇଆରରେ କୁହାଯାଇଛି ।

ସେପଟେ ଏହି ପ୍ରସଙ୍ଗରେ ରାହୁଲ ବୈଦ୍ଯ କହିଛନ୍ତି ଯେ ସେ କାହାର ଭାବନାକୁ ଆଘାତ କରିବାକୁ ଆମେ ଚାହୁଁନାହୁଁ। ଆମକୁ କିଛି ଦିନର ସମୟ ଦିଅନ୍ତୁ । ଏହି ଗୀତକୁ ପରିବର୍ତ୍ତନ କରିବା ପାଇଁ କିଛି ସମୟ ଲାଗିବ, କିନ୍ତୁ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ନିଶ୍ଚିତ ଭାବରେ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି ।

ରାହୁଲ ବୈଦ୍ଯଙ୍କ ମୁଖପାତ୍ର କହିଛନ୍ତି ଯେ 'ହଁ, ଏହା ସମ୍ପୂର୍ଣ୍ଣ ସତ। ଗତକାଲି ରାତିରୁ ଅନେକ ଫୋନ୍ କଲ ଏବଂ ମେସେଜ୍ ଆସୁଛି ଯେଉଁଥିରେ ହତ୍ୟା, ପିଟିବା, ରାହୁଲଙ୍କୁ ଗିରଫ କରିବା ଏବଂ ଏଫ୍ଆଇଆର୍ ରେଜିଷ୍ଟ୍ରେସନ୍ ଇତ୍ୟାଦି ବିଷୟ କୁହାଯାଉଛି । ଆମେ କହିବାକୁ ଚାହିଁବୁ ଯେ ଗୀତରେ ଆମେ ମୋଗଲ ମାଙ୍କ ନାମକୁ ଅତି ସମ୍ମାନର ସହିତ ଉଲ୍ଲେଖ କରିଛୁ ଏବଂ କାହାର ଭାବନାକୁ ଆଘାତ ଦେଇନାହୁଁ। ହେଲେ ଆମେ ହୃଦୟଙ୍ଗମ କରିଛୁ ଯେ ଏହି ଗୀତରେ ଦେବୀ ମା ମୋଗଲଙ୍କ ନାମର ବ୍ୟବହାରକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପସନ୍ଦ କରନ୍ତି ନାହିଁ । ଆମେ ଏହାକୁ ସମ୍ମାନ କରୁଛୁ । ଏବଂ ଏହାକୁ ସୁଧାରିବା ପାଇଁ ଆମର ସ୍ତରକୁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି।