ରେଲଓ୍ବେର ନିଷ୍ପତି; ପୁଣିଥରେ ଆରମ୍ଭ ହେବ ଟ୍ରେନ୍‌ରେ କ୍ୟାଟରିଂ ସେବା

ରେଲଓ୍ବେର ନିଷ୍ପତି; ପୁଣିଥରେ ଆରମ୍ଭ ହେବ ଟ୍ରେନ୍‌ରେ କ୍ୟାଟରିଂ ସେବା

କରୋନା ମହାମାରୀ ପରେ ଟ୍ରେନ୍‌ରେ ବନ୍ଦ ହୋଇଯାଇଥିବା କ୍ୟାଟରିଂ(ଖାଦ୍ୟପେୟ) ସେବାକୁ ପୁଣିଥରେ ଆରମ୍ଭ କରିବାର ନିଷ୍ପତ୍ତି ନେଇଛି ରେଲଓ୍ବେ। ପ୍ରଥମେ ଏହାର ଆରମ୍ଭ ରାଜଧାନୀ, ଶତାବ୍ଦୀ, ଦୂରନ୍ତ, ବନ୍ଦେ ଭାରତ, ତେଜସ୍ ଓ ଗତିମାନ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ହେବ।

ରେଲଓ୍ବେ ବୋର୍ଡ ବୁଧବାର ଏହି ନିଷ୍ପତ୍ତି ନେଇଛି। ଖୁବ୍ ଶୀଘ୍ର ଟ୍ରେନ୍‌ରେ ରନ୍ଧା ଖାଦ୍ୟ ଉପଲବ୍ଧ ହେବ। ସ୍ପେଶାଲ ଟ୍ରେନ୍‌ ସ୍ଥାନରେ ଏବେ ଅଧିକାଂଶ ଟ୍ରେନ୍ ନିୟମିତ ହୋଇଯାଇଛି। ସେଭଳି ଟ୍ରେନ୍‌ରେ ଖାଦ୍ୟର ସୁବିଧା ମଧ୍ୟ ଯାତ୍ରୀଙ୍କୁ ଖୁବ୍ ଶୀଘ୍ର ମିଳିପାରିବ। ଏହାର ଫାଇଦା ଏହା ହେବ ଯେ, ଯାତ୍ରା ସମୟ​‌ରେ ଯାତ୍ରୀଙ୍କୁ ତାଜା ଖାଦ୍ୟ ମିଳିବ।

କରୋନା ମହାମାରୀ ସମୟରେ ଟ୍ରେନ୍‌ର ଚଳାଚଳ ସୀମିତ କରିଦିଆଯାଇଛି। ଯାତ୍ରୀଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ଖାଦ୍ୟପେୟ ସେବା ବନ୍ଦ କରିଦିଆଯାଇଥିଲା। ଏବେ ଅଧିକାଂଶ ଟ୍ରେନର ଚଳାଚଳ ପୁଣିଥରେ ଆରମ୍ଭ କରିଦିଆଯାଇଛି। ତେଣୁ ଏବେ କ୍ୟାଟରିଂ ସେବା ମଧ୍ୟ ଆରମ୍ଭ କରାଯାଉଛି।